
ନୂଆପଡ଼ା -୨/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଯୁଗୀମୁଣ୍ଡା ତୀର ମାରି ବା ଘଟଣା ଦିନ ଠୁ ଫେରାର ଥିବା ଅଭିଯୁକ୍ତ ରୁପଧର ପହରିଆ ଗଳିତ ମୃତ ଦେହ ଗତକାଲି ଗଛ ରେ ଝୁଲନ୍ତା ଅବସ୍ଥାରେ ଚିହ୍ନଟ ହୋଇଛି। ଆଜି ସବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୁତ୍ର ରୁ ପ୍ରକାଶ। ଏଠାରେ ସୂଚାନା ଯୋଗ୍ୟ ଯେ ଗତ ୨୬ ଅଗଷ୍ଟ ଦିନ ଗ୍ରାମ ର ତିନି ଜଣଙ୍କୁ ଧନୁ ତୀରମାରି ଲହୁ ଲୁହାଣ କରି ସଙ୍କଟାପନ୍ନ କରି ଦେଇଥିଲା ଓ ଘଟଣା ସ୍ଥଳ ରୁ ସେହଦିନଠାରୁ ଫେରାର ରହିଥିଲା।ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ନିମନ୍ତେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ଗତ ୬ଦିନରୁ ଅଭିଯୁକ୍ତ ରୂପଧର ଙ୍କୁ ପୋଲିସ ଖୋଜୁ ଥିଲା। ଗତ କାଲି ଏକ ଶବ ଗଛ ରେ ଝୁଲୁ ଥିବା ଦେଖି ଗାଇ ଚରୁଆ ପିଲା ଦେଖି ସୂଚନା ଦେଇଥିଲେ, ପରେ ଏହା ରୂପଧର ର ଶବ୍ ବୋଲି ଚିହ୍ନଟ ହୋଇଥିଲା। ଆଜି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ତୀର ମାରି ଫେରାର ଥିଲା : ଝୁଲି ପଡ଼ିଲା ଗଛ ରେ।
49
previous post