Home ରାଜ୍ୟଧରମବନ୍ଧା- ଭରୁଆମୁଣ୍ଡା-ଗୋଧସ ଜଳ ପ୍ରପାତ ରାସ୍ତା ଜରାଜୀର୍ଣ୍ଣ, ମରାମତି ଦାବି

ଧରମବନ୍ଧା- ଭରୁଆମୁଣ୍ଡା-ଗୋଧସ ଜଳ ପ୍ରପାତ ରାସ୍ତା ଜରାଜୀର୍ଣ୍ଣ, ମରାମତି ଦାବି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

by Maraguda Express
0 comments

ନୂଆପଡ଼ା -୫/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଳକ ଧରମବନ୍ଧାରୁ ଗୋଧସ ଜଳ ପ୍ରପାତ ପର୍ଯ୍ୟନ୍ତ ରାସ୍ତା ଅତି ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ବସ ଚଳାଚଳ ବନ୍ଦ ରହିଛି। ଏହାର ପ୍ରତିବାଦରେ ଭରୁଆମୁଣ୍ଡା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ନୂଆପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଗୋଧସ ଜଳ ପ୍ରପାତ ପ୍ରସିଦ୍ଧ ।ଏଠାକୁ ବର୍ଷ ତମାମ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଅନ୍ୟାନ୍ୟ ସ୍ଥାନ ରୁ ପର୍ଯ୍ୟଟକଙ୍କ ଗାଡି ମଟରପ୍ରବଳ ଯାତାୟାତ କରିଥାଏ। ଏହି ମାଟି ମୋରମ ରାସ୍ତାରେ ପ୍ରତିଦିନ ଭରୁଆମୁଣ୍ଡା ପଞ୍ଚାୟତବାସୀ ଧରମବନ୍ଧା, ସାରାବଙ୍ଗ ଓ ନୂଆପଡ଼ା ସହରକୁ ଯାତାୟାତ କରୁଛନ୍ତି । ଏହି ଜରାଜୀର୍ଣ୍ଣ ରାସ୍ତାରେ ପର୍ଯ୍ୟଟକମାନେ ପ୍ରତିଦିନ ଗାଡ଼ିମଟରରେ ଯାତାୟାତ କରି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ହେବ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ତୁହା କୁ ତୁହା ଲାଗିରହିଛି।
ଧରମବନ୍ଧାରୁ ଗୋଧସ ଜଳପ୍ରପାତ ରାସ୍ତା କାଦୁଅ ପଚପଚ ହୋଇଛିପଡ଼ିଛି, ଯାତାୟାତ କରିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।ଗତ ଦୁଇମାସ ହେବ ରାସ୍ତା ଖରାପ ହେତୁ ଭରୁଆମୁଣ୍ଡା ପଞ୍ଚାୟତ ମୁଖ୍ୟାଳୟକୁ ସରକାରୀ ବସ୍‌ସେବା ବନ୍ଦ ହୋଇଛି। ଫଳରେ ଲୋକେ ଜିଲ୍ଲା ମୁଖ୍ୟାଳୟକୁ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଶନିବାର ମଧ୍ୟାହ୍ନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ବରେ ଭରୁଆମୁଣ୍ଡା ପଞ୍ଚାୟତର ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଅଫିସ ସମ୍ମୁଖରେ ଲୋକେ ଧାରଣରେ ବସି ଜିଲ୍ଲା ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।ଉପରୋକ୍ତ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଆନ୍ଦୋଳନକାରୀ ଙ୍କୁ ଡାକି ରାସ୍ତା ଅବସ୍ଥା ଉପରେ ଆଲୋଚନା କରିଥିଲେ । ଶିଘ୍ର ଭରୁଆମୁଣ୍ଡାକୁ ସରକାରୀ ବସ୍ ଚଳାଚଳ କରିବାକୁ ଓଏସଆରଟିସି ଡିଏମ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବନ୍ୟପ୍ରାଣୀ ଏସିଏଫ୍ ଅଜୟ ଖେସଙ୍କୁ ଡାକି ରାସ୍ତା ନିର୍ମାଣ କରିବା ସହ ଅସ୍ଥାୟୀ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନରେ ଏସିଏଫ୍ ଶ୍ରୀ ଖେସଙ୍କ ନେତୃତ୍ବରେ ଏକ ଟିମ୍ ଆନ୍ଦୋଳନକାରୀଙ୍କ ଉପସ୍ଥିତିରେ ଧରମବନ୍ଧାରୁ ଗୋଧସ ରାସ୍ତା ପରିଦର୍ଶନ କରିଥିଲେ। ଶିଘ୍ର ରାସ୍ତାକୁ ଅସ୍ଥାୟୀ ମରାମତି କରିବା ସହ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ରାସ୍ତାର ଅସ୍ଥାୟୀ ମରାମିତି କରିବା ସହ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ପବନ ମାଝି, ସୁରେନ ଦେବାଙ୍ଗନ, କାନ୍ତି ଲାଲ ସାହୁ,ନିଶା ଦେବାଙ୍ଗନ, ହେମସିଂ ମାଝି, ସନ୍ତରାମ ମାଝି, ଯୁବରାଜସିଂ ମାଝି, ସୋହନ ମାଝି ପ୍ରମୁଖ ଦାବି କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha