ନୂଆପଡ଼ା -୫/୧୦ (ସୁରେନ୍ଦ୍ର ତିୱାରୀ) ଓଡ଼ିଶା ପୋଲିସ ରିକୃଟମେଣ୍ଟ ବୋର୍ଡ (ଓପିଆରବି ) ସବ-ଇନ୍ସପେକ୍ଟର (ଏସ ଆଇ) ପରୀକ୍ଷାରେ କପି କରିବାକୁ ଚେଷ୍ଟା କରୁଥିବା ୧୧୭ ଜଣ ପ୍ରାର୍ଥୀଙ୍କୁ ଗିରଫ କରାଯାଇଥିବାବେଳେ ଏଥି ମଧ୍ୟରୁ ନୂଆପଡା ଜିଲ୍ଲାର ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତି ଦ୍ବୟ ହେଲେ ଜଣେ କୋମନା ବ୍ଲକ୍ ଭେଲା ଗ୍ରାମର ଶ୍ରୀବଷ୍ଟ ଶବରଙ୍କ ପୁଅ ଲିଙ୍ଗରାଜ ଶବର ଓ ସଦର ସିନାପାଲି ର ଈଶ୍ୱର ପ୍ରସାଦ ମେହେର ଙ୍କ ପୁଅ ପ୍ରଭାତ କୁମାର ମେହେର (୨୭) ବୋଲି ଜଣାପଡିଛି।ସମସ୍ତଙ୍କୁ ଗିରଫ କରାଯିବା ସହିତ ଓଡିଶାରେ ଏସ ଆଇ ନିଯୁକ୍ତି ଦୁର୍ନୀତିର ଏକ ବଡ ପର୍ଦ୍ଦାଫାସ ହୋଇଛି।ପୋଲିସର ସୂଚନା ଅନୁଯାୟୀ ଦାୟିତ୍ୱ ରେ ଥିବା ବୋର୍ଡ ସଂସ୍ଥା ପିଲା ମାନଙ୍କୁ ପରୀକ୍ଷା ଅଭ୍ୟାସ ବାହାନ ରେ ହାଇଦ୍ରାବାଦ ନେଇ ଯାଉଥିଲା । ଯେଉଁ ଠାରେ ପରୀକ୍ଷା ପରିଚାଳନା ସମେତ ପ୍ରଶ୍ନପତ୍ର ଆଗତୁରା ଦେବାର ଯୋଜନା କରାଯାଇଥିଲା। ଏପରିକି ହାଇଦ୍ରାବାଦ ରେ ଏକ ମହଲା କୋଠା ମଧ୍ଯ ଭଡା ରେ ନିଆଯାଇଥିଲା। ଏକ ଗୁପ୍ତ ସୂଚନା ଆଧାର ରେ ଅପବ୍ୟବହାର କରିଥିବା ନେଟୱାର୍କର ପର୍ଦ୍ଦାଫାସ କରିଥିଲା। ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରି ବ୍ରହ୍ମପୁର ପୋଲିସ ଗୋଲନ୍ଥରାରେ ଆନ୍ଧ୍ର ପ୍ରଦେଶ ସୀମା ନିକଟରେ ତିନୋଟି ଏସି ସ୍ଲିପର ବସ୍ ଅଟକାଇଥିଲା ।ସମସ୍ତ ବସ୍ରେ ଭୁବନେଶ୍ୱର ଏବଂ ବରମୁଣ୍ଡାରୁ ଆସିଥିବା ପ୍ରାର୍ଥୀମାନେ ଥିଲେ ଏବଂ ତିନି ଜଣ ମଧ୍ୟସ୍ଥି (ଏଜେଣ୍ଟ/ଦଲାଲ) ସେମାନଙ୍କୁ ବିଜୟନଗରମ୍ ନେଇଯାଉଥିଲେ ।ଯୋଜନା ଥିଲା ବିଜୟନଗରମରେ ଗୋପନୀୟ ପ୍ରଶ୍ନପତ୍ର ବେଆଇନ ଭାବରେ ହାସଲ କରି ଭୁବନେଶ୍ୱର ଫେରିଯିବା, ଯେଉଁଠାରେ ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ସହାୟତା କରାଯିବ।ପ୍ରତ୍ୟେକ ଆଶାୟୀ ପୂର୍ବରୁ ₹୧୦ ଲକ୍ଷ ଦେବାକୁ ରାଜି ହୋଇଥିଲେ ଏବଂ ଚାକିରି ପାଇବା ପରେ ଅତିରିକ୍ତ ₹୧୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ଏଭଳି ଏକ ଗୁରୁଦାୟିତ୍ଵ ଏସ ଆଇ ପଦବୀ ପାଇଁ ଟଙ୍କା ର କଲେଙ୍କାରି ମଧ୍ଯ ରେ ବୋର୍ଡ ସଂସ୍ଥା ବୁଡି ଯିବା ଭଳି ଘଟଣା ଓଡ଼ିଶା ଇତିହାସ ରେ ଏକ କଳଙ୍କ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ହେଉଛି।
ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ରେ ଲାଞ୍ଚ କାରବାର ଘଟଣାରେ ନୂଆପଡା ରୁ ୨ ଯୁବକ ଗିରଫ।
129