Home ରାଜ୍ୟନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ।

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ।

by Maraguda Express
0 comments

ନୂଆପଡ଼ା -୧୩/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା
କୋମନା ଅନ୍ତର୍ଗତ ଉପାନ୍ତ ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ ଅଞ୍ଚଳ ର ଢେକୁନପାଣି ସି.ଆର.ପି.ଏଫ. କ୍ୟାମ୍ପ (୨୧୬ ବାଟାଲିୟନ ) ରେ କାର୍ଯ୍ୟରତ ଯବାନ ନିଜ ବନ୍ଧୁକ ରୁ ଗୁଳି ଫୁଟେଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଗତ କାଲି ଅପରାହ୍ନ ରେ ଗୋପୀନାଥ ଶବର (୩୫) ନାମକ ଜନୈକ ଯବାନ ନିଜ ସର୍ଭିସ ବନ୍ଧୁକ ରୁ ଗୁଳି ଫୁଟେଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ମୃତକ ଘର ଖଡ଼ିଆଳ ଥାନା । ଅନ୍ତର୍ଗତ ଘରଧରା ଗ୍ରାମର ବୋଲି ଜଣା ପଡିଛି  । ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ କୋମନା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରି ତଦନ୍ତ ଅବ୍ୟାହତ ରହିଛି। ଆଜି ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ୍  ସୂତ୍ରରୁ ପ୍ରକାଶ। ପୂର୍ବ ରୁ ସେ ଭୁବନେଶ୍ଵର, ରାୟଗଡା ଜିଲ୍ଲା ମୁନିଗୁଡା, ଛତିଶଗଡ ତାପରେ ବର୍ତ୍ତମାନ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଏହି ଖବର ଅଞ୍ଚଳରେ ବ୍ୟାପିବା ପରେ ଶୋକର ଛାୟା ଖେଳିଯାଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha