ନୂଆପଡା -୨୪/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣ ହୋଇଥିବା ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ ବିସ୍ଥାପିତଙ୍କ ନାଁରେ ଥଇଥାନ କେଲେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ୪୫ ଜଣ ମିଥ୍ୟା ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିବା ଜଣା ପଡିଥିଲା। ଏହି ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାର ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ଏ ଯାବତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି ।୨୦୨୦ ରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ କୋମନା ବ୍ଳକ ର ବେଲଗାଁ, ହରିପୁର, ଲମ୍ବିପାଣି, କାଳିମାଟି, ରଜନା ଓ ବୋଡେନ ବ୍ଳକ ଦରଗାଁର ୪୫ ଜଣ ଜାଲ ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ୧୮ ଜୁଲାଇ ୨୦୨୨ ରେ ଜଳ ସମ୍ପଦ ବିଭାଗ ଚିଠି ସଂଖ୍ୟା- ୧୮୪୧୪ ରେ ପୂନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ତଥା ଜଳସମ୍ପଦ ବିଭାଗର ତତ୍କାଳୀନ ଅତିରିକ୍ତ ଶାସନ ସଚିବ ଆଲୋକ କର ଏହାର ତଦନ୍ତ କରିବାକୁ ତତ୍କାଳୀନ ଖଡ଼ିଆଳ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ସ୍ଵତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ପୂନର୍ବାସ ଓ ଥଇଥାନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତଦନ୍ତ କାହିଁକି କରୁନଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ୧ ରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା- ୫୦ ରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ତଦନ୍ତ ରିପୋର୍ଟ କଣ ହେଲା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ? ମୃତ ବ୍ୟକ୍ତି ଓ ଅଜଣା ବ୍ୟକ୍ତିଙ୍କ ନାଁ ରେ ଥଇଥାନ ରାଶି ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ୍ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବିସ୍ଥାପିତ ମାନେ କ୍ଷତିପୂରଣ ପାଇନାହାନ୍ତି, ବିଭାଗୀୟ ସରକାରୀ ଅଧିକାରୀମାନେ ଦୁର୍ନୀତି କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିର ସୋସିଆଲ ଅଡ଼ିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ। ଗତ ୧୯ ତାରିଖରେ ଜଳ ସମ୍ପଦ ବିଭାଗ ଚିଠି ସଂଖ୍ୟା- ୨୬୬୨୬ ରେ ନୂଆପଡ଼ା ଜିଲ୍ଲାପାଳ, ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ସ୍ଵତନ୍ତ୍ର ଭୂ-ଅର୍ଜନ, ପୁର୍ନବାସ ଓ ଥଇଥାନ ଅଧିକାରୀଙ୍କୁ ଜଳସମ୍ପଦ ବିଭାଗ ଉପନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜିତ ସାହୁ ରିପୋର୍ଟ ମାଗିଛନ୍ତି । ଉପରୋକ୍ତ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସ୍ଥାପିତ ମାନେ ଦାବି କରିଛନ୍ତି ।
ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଲ୍ପ ରେ ଜାଲ ବିସ୍ଥାପିତଙ୍କ ନା ରେ ୧ କୋଟି ୮୨ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହଡ଼ପ।
ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବିସ୍ଥାପିତ ମାନେ କ୍ଷତିପୂରଣ ପାଇନାହାନ୍ତି, ବିଭାଗୀୟ ସରକାରୀ ଅଧିକାରୀମାନେ ଦୁର୍ନୀତି କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିର ସୋସିଆଲ ଅଡ଼ିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ।
60
previous post