Home ରାଜ୍ୟନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ଅଧିକାରୀ ମାନଙ୍କୁ ସତର୍କ କଲେ ।

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ଅଧିକାରୀ ମାନଙ୍କୁ ସତର୍କ କଲେ ।

by Maraguda Express
0 comments

ନୂଆପଡା -୯/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ନିର୍ବାଚନ ଖର୍ଚ୍ଚ ତଦାରଖ ବୈଠକରେ ଆଜି ଯୋଗଦେଇ ଥିଲେ l ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ମାତ୍ର ତିନି ଦିନ ବାକି ରହିଲା l ଏହାକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାର ଖର୍ଚ୍ଚକୁ ସମୀକ୍ଷା କରିବା ପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, ଡି ଏଫ୍ ଓ କେନ୍ଦୁପତ୍ର,ଏ ମାଧବୀ ଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅବକାରୀ ଅଧିକ୍ଷକ, ଆର୍ ଟି ଓ,ନିର୍ବାଚନ ଖର୍ଚ୍ଚ ତଦାରଖ କମିଟିରେ ଥିବା ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକ ର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ନିର୍ବାଚନ ଖର୍ଚ୍ଚ ସହିତ ସଂପୃକ୍ତ ବିଭିନ୍ନ କମିଟିର ମୁଖ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନେ ନେଇଥିବା ବିଭିନ୍ନ ପଦକ୍ଷେପର ତର୍ଜମା କରିଥିଲେ lନିର୍ବାଚନ ଶେଷ ତିନି ଦିନ ସମସ୍ତ କମିଟି ତଥା ନିଯୁକ୍ତ ଅଧିକାରୀ ମାନେ ସମ୍ପୂର୍ଣ ସତର୍କତାର ସହ ଦାୟିତ୍ଵ ନିର୍ବାହ କରିବା ପାଇଁ ସେ ଆହ୍ବାନ ଦେଇଥିଲେ l ଆସନ୍ତା କାଲି ଅପରାହ୍ନ ୦୪ ଟା ରୁ ଡ୍ରାଇ ଡେ ଆରମ୍ଭ ହୋଇ ଯାଇଥିବାରୁ ଜିଲ୍ଲାର ସମସ୍ତ ମଦ ଦୋକାନ ଦୁଇ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ l ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ି , ମଲ୍, ହୋଟେଲ, ଲଜ୍, ବିବାହ ହଲ୍, ମଣ୍ଡପ ମାନଙ୍କ ଉପରେ ସ୍ଵତନ୍ତ୍ର ନଜର ରହିବ l ଏଲ୍ ଡି ଏମ୍ ବ୍ୟାଙ୍କ୍ ନେଣ ଦେଣ, ଆର୍ ଟି ଓ ସନ୍ଦିଗ୍ଧ ଗାଡ଼ି ମଟର ଓ ଡ୍ରଗ ଇନ୍ସପେକ୍ଟର ଔଷଧ ଦୋକାନ ଉପରେ ନଜର ରଖିବେ l ସିଭିଜିଲ୍ ଟିମ୍ ୨୪x ୭ ଜାଗରୁକ ରହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବେ l ସମସ୍ତ ଟିମ୍ ପରସ୍ପର ମଧ୍ୟରେ ଉତ୍ତମ ଯୋଗା ଯୋଗ ରକ୍ଷା କରି ସାମୁହିକ ଭାବରେ ଅନ୍ତିମ ପର୍ଯ୍ୟାୟ କାମ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha