Home ରାଜ୍ୟନୂଆପଡ଼ା ବିଧାନ ସଭା ଉପନିର୍ବାଚନ : ୧୧ ନଭେମ୍ବର ୨୦୨୫

ନୂଆପଡ଼ା ବିଧାନ ସଭା ଉପନିର୍ବାଚନ : ୧୧ ନଭେମ୍ବର ୨୦୨୫

ନଭେମ୍ବର ୧୧ ତାରିଖରେ ଭୋଟ୍‌ ଗ୍ରହଣ ସହ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ମିଳିଛି।

by Maraguda Express
0 comments

ନୂଆପଡ଼ା -୬/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ। ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା।
ମୁଖ୍ୟ ନିର୍ବାଚନ କମିଶନର ଘୋଷଣା ଅନୁସାରେ ଆସନ୍ତା ୧୩ ଅକ୍ଟୋବର ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି। ଏହାପରେ ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। ଅକ୍ଟୋବର ୨୨ ରେ ନାମାଙ୍କନ ଯାଞ୍ଚ ଓ ଅକ୍ଟୋବର ୨୪ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। ଏହାପରେ ନଭେମ୍ବର ୧୧ ତାରିଖରେ ଭୋଟ୍‌ ଗ୍ରହଣ ସହ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ମିଳିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha