Home ରାଜ୍ୟନୂଆପଡାରେ ଆକାଙ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ।

ନୂଆପଡାରେ ଆକାଙ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ।

by Maraguda Express
0 comments
ନୂଆପଡା -୧୨/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ାରେ ଆକାଙ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସମର ନନ୍ଦଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ
ଜିଲ୍ଲାପାଳ ମଧୁସୂଦନ ଦାଶ ବିଭିନ୍ନ ପ୍ରଗତି କ୍ଷେତ୍ର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ ଆଦିରେ ଜିଲ୍ଲାର ପ୍ରଗତିର ମାନଦଣ୍ଡ ଉପରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ I ଶ୍ରୀ ନନ୍ଦ ସ୍କୁଲ ପିଲାଙ୍କର ଅଧାରୁ ପାଠ ଛଡା , ସ୍କୁଲ ରେ ଶୌଚାଳୟ ନିର୍ମାଣ ଆଦି ମାନଦଣ୍ଡ ର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେI ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ରୋଗୀ ମାନଙ୍କୁ ସମୁଚିତ ସ୍ବାସ୍ଥ୍ୟ ସେବା ପ୍ରଦାନ, ସେମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ର ନିୟମିତ ଅପଡେଟ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଯୁକ୍ତ କର୍ମଚାରୀ ନିଯୁକ୍ତି ଆଦି ଉପରେ ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ I ସେ ନୂଆପଡା ଜିଲ୍ଲାରେ ପ୍ରତି ପଞ୍ଚାୟତରେ ଜନ ସେବା କେନ୍ଦ୍ର ସ୍ଥାପନ, ସ୍କୁଲରେ ବିଦ୍ୟୁତିକରଣ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଦାଖଲ, ଗର୍ଭବତୀ ମହିଳାମାନଙ୍କ ପ୍ରସବ ପୂର୍ବବର୍ତ୍ତୀ ଯତ୍ନ ,ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ଆଦି କ୍ଷେତ୍ରରେ ଜିଲ୍ଲାର ଅଗ୍ର ଗତିକୁ ପ୍ରଶଂସା କରିଥିଲେ I ଏହି ଅବସରରେ, ଜିଲ୍ଲାପାଳ ନୂଆପଡା ଜିଲ୍ଲାରେ ବିଭିନ୍ନ ଉତ୍କୃଷ୍ଟ ଅଭ୍ଯାସ ଆପଣେଇବା ଉପରେ ଆଲୋକପାତ କରିଥିଲେI ସେ କହିଲେ ଯେ ବିଗତ ୧୬ ମାସ ମଧ୍ୟରେ ୬୪ଗୋଟି ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଛିI ସେହିପରି ଝିଅ ପାଇଁ ଗଛ ଟିଏ, ମା ପାଇଁ ଗଛ ଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ, ରକ୍ତ ଦାନ ଶିବିର, ଗାଁ ରେ ରାଜସ୍ଵ ପ୍ରଶାସନ, ଗୃହ ପ୍ରବେଶ ଉତ୍ସବ ଆଦି ଅନୁଷ୍ଠିତ ହେଉଛିI ଏହାଦ୍ଵାରା ପ୍ରଶାସନ ଜନ ସାଧରଣଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କ ବିଶ୍ବାସ ଭାଜନ ହୋଇ ପାରୁଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ଧନେଶ୍ଵର ସେଠୀ, ସମସ୍ତ ବି ଡି ଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha