
ନୁଆପଡ଼ା- ୧୨/୮(ସୁରେନ୍ଦ୍ର ତିୱାରୀ) ନୁଆପାଡ଼ା ଜିଲ୍ଲା ସ୍ଵସ୍ଥ୍ୟ ସମିତି ଆନୁକୁଲ୍ୟରେ ଆଜି ସ୍ଥାନିୟ ନେସନାଲ ହାଇସ୍କୁଲ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନୁଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାଶ ଶୁଭ ଉଦଘାଟନ କରି କୃମି ନାଶକ ଔଷଧ ସେବନ ଦ୍ବାରା ଶିଶୁ, ଯୁବକଯୁବତୀ ଓ ସନ୍ତାନ ଜନ୍ମକ୍ଷମ ଦମ୍ପତିମାନଙ୍କ ଶରୀରରେ ପୁଷ୍ଟିହିନ ହିନତା,ରକ୍ତହିନତା ଦୂର ହୋଇ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ପ୍ରତି ମନୋନିବେଶ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡ. ଦ୍ବାରିକାନାଥ ଶତପଥି, ଅତିରିକ୍ତ ଜିଲ୍ଲା ଜନସ୍ବସ୍ଥ୍ଯ ଅଧୂକାରୀ(କୁଷ୍ଠ ରୋଗ) ଡ.ତନ୍ମୟ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧୂକାରୀ କରୁଣାକର ଭୁଏ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଧାଂସୁଶେଖର ମିଶ୍ର, ଡିପିଏମ ସତ୍ୟନାରାୟଣ ତ୍ରିପାଠୀ, ଡିଏମ ଆରସିଏଚ ଗୁରୁଦେବ କୁମ୍ଭାର, କାର୍ଯ୍ୟବାହକ ଏ.ଡି.ପି.ଏଚ.ସି.ଓ. ତଥା ପରିସଂଖ୍ୟାନ ଅନୁସାନ୍ଧାନକାରୀ ମୀନକେତନ ମାଝୀ, ପୂର୍ବତନ ଏ.ଡି.ପି.ଏଚ.ସି.ଓ. କିଶୋର ଚନ୍ଦ୍ର ପଟେଲ, ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଏବିଇଓ ଚୈତ ନାଏକ, ଡିଏସଏସ ଗୁଣନିଧି ସା, ସମସ୍ତ ଛାତ୍ରଛାତୀ,ଶିକ୍ଷକ ଶିକ୍ଷୟତ୍ରୀ ତଥା ସ୍ଵସ୍ଥ୍ୟ ବିଭାଗର କର୍ମଚାରୀଗଣ ଉପସ୍ଥିତ ଥିଲେ । ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ହେବା ଦ୍ଵାରା ୧ ରୁ ୧୯ ବର୍ଷର ହିତାଧିକାରୀମାନଙ୍କର ଅପପୃଷ୍ଟି ଓ ରକ୍ତହିନତା ଦୂର ହୋଇ କୃମି ସଂକ୍ରମଣ କମୁଛି ବୋଲି କହିଥିଲେ ଅନ୍ୟ ବକ୍ତାମାନେ କହିଥିଲେ। ନୁଆପଡ଼ା ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୩୩ ହଜାର ୨୩୫ ହିତାଧାରିଙ୍କୁ ଶତ ପ୍ରତିଶତ ଔଷଧ ସେବନ କରାଇ କୃମି ସଂକ୍ରମଣରୁ ମୁକ୍ତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନସିଡି ସହାୟକ ଶରତ କୁମାର ବେଜ, ମହିଳା ସ୍ଵାସ୍ଥ୍ୟ କର୍ମୀ ବିମଳେ ଶବର, ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଟି. ଭଦ୍ରାଚାରୀ, ଅଙ୍ଗନୱାଡି କର୍ମୀ ମୀନା ତାଣ୍ଡି, ଆଶା କର୍ମୀ ଚମ୍ପା ନାଏକ ପ୍ରମୁଖ ସହଯୋଗ କରିଥିଲେ ।
ନେସନାଲ ହାଇ ସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ।
77