44
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ, ଡି ଏମ ଓ (ଏମ ଏସ), ଏ ଡିପିଏଚଓ , ଏଡିପିଏଚଓ (ଡି ସି), ଡିପିଏମ, ଏସ ଆଇ, ଡିଏମ ଆରସିଏଚ, ସମସ୍ତ ମେଡ଼ିକାଲ୍ ଅଧିକାରୀ , ପିଏଚଇଓ, ନର୍ସିଂ ଅଫିସର ଏହି ସଭାରେ ଅଂଶଗ୍ରହଣ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ, ଲିଙ୍ଗ ଆଧାରରେ କୌଣସି ବ୍ୟକ୍ତି ବିରୁଦ୍ଧରେ କ୍ଷତିକାରକ କାର୍ଯ୍ୟକଳାପକୁ ଲିଙ୍ଗ ଭିତ୍ତିକ ହିଂସା ବା (ଜିବିଭି) ବୋଲି କୁହାଯାଏ। ଲିଙ୍ଗ ଭିତ୍ତିକ ହିଂସା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା, ଯାହାର ଶାରୀରିକ, ମାନସିକ ଏବଂ ସାମାଜିକ ପ୍ରଭାବ ରହିଛି। ଏହାର କୁପ୍ରଭାବ ରୋକିବା ପାଇଁ ଆଜିର ଏହି ବୈଠକ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।



