89

ନୂଆପଡା -୧୬/୮ (ସୁରେନ୍ଦ୍ର ତିୱାରୀ ) ଆଜି ଇସ୍କନ, ନୂଆପଡ଼ା ଦ୍ଵାରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆପଡା ଜିଲ୍ଲା ସଦର ସ୍ଥିତ ଇସ୍କନ ମନ୍ଦିରରେ ହର୍ଷ ଉଲ୍ଲାସ ସହ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ। ୧୫ ଅଗଷ୍ଟ ଅଧିବାସ, ୧୬ ରେ ଜନ୍ମାଷ୍ଟମୀ ଓ ୧୭ ଅଗଷ୍ଟ ରେ ନନ୍ଦ ଉତ୍ସବ ପାଳନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ତିନଦିନ ବ୍ୟାପି ହରି କଥା ପ୍ରବଚନ ସହ କୁନି କୁନି ଶିଶୁମାନଙ୍କୁ ନେଇ ବିଭିନ୍ନ ଆଧ୍ୟାତ୍ମିକ ପ୍ରତିଯୋଗୀତା ତଥା ଭାଗବତ ଗୀତା ଜ୍ଞାନ ଉପରେ ଶିକ୍ଷଣୀୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେଭଳି ସମସ୍ତ ଶ୍ରଦ୍ଧାଳୁ ତଥା ଭାଗବତ ପ୍ରେମୀ ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ଭୋଗ ମହାପ୍ରସାଦ ର ମଧ୍ୟ ବ୍ୟବସ୍ତା ରହିଛି। ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରୀତ ଅର୍ଘେ ସମସ୍ତ ବୈଦିକ ରିତିକାନ୍ତିର ସହ ପୂଜାର୍ଚନ କରାଯାଉଛି। ମନ୍ଦିର ପରିଚାଳକ ତଥା ବ୍ରହ୍ମଚାରୀ ପୂଜ୍ୟପାଦ ଜଗମୋହନ ଶ୍ୟାମ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହେଉଥିବା ଏହି ଉତ୍ସବରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଙ୍ଘ ତଥା ଇସ୍କନର ସମସ୍ତ ବୈଷ୍ଣବ ତଥା ବୈଷ୍ଣବୀ ଭକ୍ତବୃନ୍ଦ ମାନେ ସେବାରେ ନିଜକୁ ଜଡିତ କରି ବହୁ ଆନନ୍ଦ ଉଲ୍ଲାସର ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରୁଥିବ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ହରିନାମ ସଂକୀର୍ତ୍ତନ ରେ ବିଭୋର ହୋଇ ନିଜକୁ ଏହି ପବିତ୍ର ଉତ୍ସବ ଗଙ୍ଗାରେ ଆବାହନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।