Home ରାଜ୍ୟଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ।

ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ।

by Maraguda Express
0 comments

ନୂଆପଡା- ୨୦/୦୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା- ଅଣ-ଆବର୍ତ୍ତିତ ଅନୁଦାନ,ଆବର୍ତ୍ତିତ ଅନୁଦାନ, ରକ୍ଷଣାବେକ୍ଷଣ ଅନୁଦାନ ଓ ଚିକିତ୍ସା ଅନୁଦାନ ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ୍ ରୁଲ୍- ୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha