ନୂଆପଡା- ୧୮/୮ (ସୁରେନ୍ଦ୍ର ତିୱାରୀ) ନୂଆପଡା ଇସ୍କନରେ ହର୍ଷ ଉଲ୍ଲାସର ସହ ପାଳିତ ହେଲା ପବିତ୍ର ନନ୍ଦ ଉତ୍ସବ। ନୂଆପଡା ଇସ୍କନ ମନ୍ଦିର ଠାରେ ପବିତ୍ର ନନ୍ଦ ଉତ୍ସବ ପାଳନ ସହ ଇସ୍କନ ତଥା ଅନ୍ତଃ ରାଷ୍ଟ୍ରୀୟ କୃଷ୍ଣ ଭାବନା ମୃତ ସଂଘର ପ୍ରତିଷ୍ଠା କୃଷ୍ଣ କୃପା ଶ୍ରୀମୁର୍ତ୍ତି ଶ୍ରୀ ଶ୍ରୀମଦ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ଶ୍ରୀଲ ପ୍ରଭୁ ପାଦଙ୍କ ଶୁଭ ଆବିର୍ଭାବ ଦିବସ ଅବସରେ ବ୍ରହ୍ମ ମାଧ ଗୌଡିୟ ସମ୍ପ୍ରଦାୟର ସମସ୍ତ ବ୍ରହ୍ମଚାରୀ ତଥା ଦୀକ୍ଷିତ ବୈଷ୍ଣବ ଭକ୍ତ ପରିବାର ମାନଙ୍କ ସହ ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଏହି ଅବସରରେ ଜଗତ ଗୁରୁ ଶ୍ରୀଲ ପ୍ରଭୁପାଦଙ୍କ ବିଗ୍ରହକୁ ଅଭିଷେକ କରିବା ସହ ସମସ୍ତ ବୈଦିକ ରିତିକାନ୍ତି ର ସହ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଛପନ ଭୋଗ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ବନ ଖଣ୍ଡ ଅଧିକାରୀ (ଡିଏଫଓ) ଅଜିଜ ଖାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଭଗବତ ଗୀତାର ଜ୍ଞାନକୁ ଆଚରଣରେ ଲଗେଇ ଏକ ସୁନ୍ଦର ମଣିଷ ହେବା ପାଇଁ ନିଜ ଅଭିଭାଷଣ ରଖିଥିଲେ। ସମସ୍ତ ଭକ୍ତ ମାନଙ୍କୁ ଗୋଟାଏ ଗୋଟାଏ ଲେଖା ବୃକ୍ଷ ରୋପଣ କରି ଵୃକ୍ଷର ରକ୍ଷଣ ବେକ୍ଷଣ ପାଇଁ ପ୍ରେରଣା ଦେଇଥିଲେ। ପରେ ଛୋଟ ଛୋଟ ଶିଶୁ ମାନଙ୍କୁ ପୁରସ୍କୃତ କରିଥିଲେ। ପରେ ମନ୍ଦିର ପରିଚାଳକ ପୂଜ୍ୟପାଦ ବ୍ରହ୍ମଚାରି ଜଗମୋହନ ଶ୍ୟାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳ ମଧ୍ୟରେ ଏକ ପବିତ୍ର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା।
ନୂଆପଡା ଇସ୍କନ ରେ ପାଳିତ ହେଲା ନନ୍ଦଉତ୍ସବ।
44