Home ରାଜ୍ୟନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ।

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ।

"ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ,ପ୍ଲାଷ୍ଟିକ ମୁକ୍ତ, ସମ୍ପୂର୍ଣ୍ଣ ସ୍ଵଚ୍ଛତା ଏବଂ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ - ଜିଲ୍ଲାପାଳ"

by Maraguda Express
0 comments

ନୂଆପଡ଼ା-୬/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ଉପଜିଲ୍ଲାପାଳ ସୁର୍ମି ସୋରେନ , ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା,ସମସ୍ତ ବିଡ଼ିଓ ଓ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ପରିବହନ ଅଧିକାରୀ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ । ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ସମସ୍ତ ତହସିଲଦାର, ଆଡିସିଓନାଲ ତହସିଲଦାର ରାଜସ୍ୱ ନିରୀକ୍ଷକ ଅତି ଶୀଘ୍ର ନିଜ ନିଜ ତହସିଲର ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ଘରଡିହ ନ ଥିଲେ ଯୋଗାଇ ଦେବେ l ଚାଷ ଜମି ମୋଟେ ନ ଥିଲେ ସରକାରୀ ନିୟମ ମୁତାବକ ଜମି ଲିଜ୍ ଦେବେ l ପର୍ଚା ର ଦ୍ବିତୀୟ ଖାନା ସଂଶୋଧନ କରିବେ ଯାହାଦ୍ଵାରା ସେମାନେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ପାଇ ପାରିବେ ।

ସମସ୍ତ ରାଜସ୍ଵ ଅଧିକାରୀ ନିୟମିତ ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l ସମସ୍ତ ଅଧିକାରୀ ସହଯୋଗ କରି ଜିଲ୍ଲା ରେଡକ୍ରସ୍ ପାଣ୍ଠି ବୃଦ୍ଧି କରନ୍ତୁ । ବିଭିନ୍ନ ବିଭାଗର ସମୀକ୍ଷାରୁ ଜଣାଗଲା ଯେ ଚଳିତ ଆର୍ଥିକ ବର୍ଷ ୨୦୨୫ ଅଗଷ୍ଟ ପର୍ଯ୍ୟନ୍ତ ଆଂଚଳିକ ପରିବହନ ଅଧିକାରୀ ଙ୍କ ଦ୍ଵାରା ୫ କୋଟି ୬୪ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଜିଲ୍ଲାପାଳ କହିଲେ ଯେ ରାସ୍ତା ଦୁର୍ଘଟଣାରେ ବିଶେଷକରି ବାଇକ୍ ଚାଳକ ଯୁବା ବର୍ଗଙ୍କ ଜୀବନ ହାନି ଘଟୁଥିବାରୁ ମଦ୍ୟପାନ ଏବଂ ବିନା ହେଲମେଟରେ ବାଇକ୍ ଚାଳନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ। ଅବକାରୀ ବିଭାଗ ଦ୍ଵାରା ଅଗଷ୍ଟ ସୁଦ୍ଧା ୮ କୋଟି ୫୬ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ବେଆଇନ୍ ମଦ କୋଠି, କଫ ସିରପ , ଗଞ୍ଜେଇ କାରବାରକୁ ଦୃଢ଼ ହସ୍ତରେ ଦମନ କରି କେଶ୍ ସଂଖ୍ୟା ବଢାଇବା ପାଇଁ ଜିଲ୍ଲାପାଳ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ ହେବ l ମାଇନିଙ୍ଗ , ପୋଲିସ ଓ ତହସିଲ୍ ବିଭାଗ ମିଳିତ ଭାବରେ ରେଡ୍ କରିବେ । ଖଣି ବିଭାଗ ଗତ ମାସ ସୁଦ୍ଧା ସୁଦ୍ଧା ୧ କୋଟି ୫୦ ଲକ୍ଷ ଟଙ୍କା ଏବଂ ସି ଟି ଏବଂ ଜି ଏସ ଟି ବିଭାଗ ୮ କୋଟି ୩୦ ଲକ୍ଷ ଟଙ୍କା ଏବଂ ଓଜନ ଓ ପରିମାପ ବିଭାଗ ୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ୱ ଦେଇଛନ୍ତି lଜିଲ୍ଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସ ଶେଷ ସୁଦ୍ଧା ୩ କୋଟି ୩୧ ଲକ୍ଷ ଟଙ୍କା ଆଦାୟ ହୋଇଛି l ଜିଲ୍ଲାପାଳ କହିଲେ ତହସିଲଦାର ମାନେ ସମସ୍ତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇଦେବେ। ପଡ଼ିରହିଥିବା ସମସ୍ତ ରାଜସ୍ବ କେଶ୍ ଓ ମ୍ୟୁଟେସନ କେଶ୍ ଶିଘ୍ର ସମାଧାନ ହେବ l ଜିଲ୍ଲାର ଜଙ୍ଗଲ ଜମି ଏବଂ ଗୋଚର ଜମିରୁ ଜବର ଦଖଲ ଅତି ଶିଘ୍ର ଉଚ୍ଛେଦ କରି ତାକୁ ସଂରକ୍ଷିତ ରଖାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନେ ତହସିଲଦାର ମାନଙ୍କ ସହଯୋଗରେ ସହରାଞ୍ଚଳର ରାସ୍ତା ଘାଟରୁ ଜବର ଦଖଲ ଉଚ୍ଛେଦ କରିବେ।ରାସ୍ତାରୁ ଗୃହ ପାଳିତ ପଶୁ ମାନଙ୍କୁ ଉଠାଇ ଗୋଶାଳାରେ ରଖାଯିବ l ଜିଲ୍ଲାରେ ସରକାରୀ ଜମି ଆବାଦ କରାଯିବ l ଲେଣ୍ଡ ବ୍ୟାଙ୍କ ସୃଷ୍ଟି କରି ଶିଳ୍ପ ପାଇଁ ସୁବିଧାରେ ସରକାରୀ ଜମି ଯୋଗାଇ ଦିଆଯିବ l ଗ୍ରାମ୍ୟ ଜଙ୍ଗଲ ଜମି ସବୁ ଚିହ୍ନଟ ହୋଇ ବ୍ୟାପକ ବୃକ୍ଷ ରୋପଣ କରାଯିବ l ଗତ ମାସ ଯାଏଁ ସମସ୍ତ ତହସିଲରେ ୯୫୩୨ ଟି ପାର୍ଚ୍ଚା ଦ୍ଵିତୀୟ ଖାନା ସଂଶୋଧନ ହୋଇଛି l ପ୍ରଶାସନର ସମସ୍ତ ବିଭାଗ ନିର୍ଦ୍ଧାରିତ ରାଜସ୍ୱ ଠିକ୍ ସମୟରେ ସଂଗ୍ରହ କରି ଲୋକମାନଙ୍କ ଦ୍ଵାର ଦେଶରେ ବିଭିନ୍ନ ସେବାଯୋଗାଇ ଦେବେ। ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଜିଲ୍ଲାକୁ ଆଉ ଏହିଭଳି ପ୍ଲାଷ୍ଟିକ ଜମାରୁ ଆସିବ ନାହିଁ କିମ୍ବା କୌଣସି ଦୋକାନରେ ବିକ୍ରି ହେବନାହିଁ l ସମସ୍ତ ରାଜସ୍ୱ ଅଧିକାରୀ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା,ସ୍ଵଚ୍ଛ ରଖିବା, ପ୍ଲାଷ୍ଟିକ ମୁକ୍ତ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ lପର୍ଚ୍ଚା ଦ୍ଵିତୀୟ ଖାନା ଶତ ପ୍ରତିଶତ ସଂଶୋଧନ କରିଥିବାରୁ ସଭାରେ ରାଜସ୍ଵ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସୁନାନୀ, ଦେବରାଜ ତ୍ରିପାଠୀ, ଗଙ୍ଗାଧର ଜଗତ, ଲାଇବାନ ପୁଝାରୀ ଓ ଶେଫାଳୀ ତାଣ୍ଡି ଙ୍କୁ ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha