Home ରାଜ୍ୟନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗଣନା ପ୍ରକ୍ରିୟା ସମ୍ବନ୍ଧୀୟ ତାଲିମ୍ ଅନୁଷ୍ଠିତ।

ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗଣନା ପ୍ରକ୍ରିୟା ସମ୍ବନ୍ଧୀୟ ତାଲିମ୍ ଅନୁଷ୍ଠିତ।

by Maraguda Express
0 comments

ନୂଆପଡା- ୩/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣନା ପ୍ରକ୍ରିୟା କୁ ସୁଚାରୁ ଓ ପାରଦର୍ଶୀ ଭାବରେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ତାଲିମ୍ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିୟୋଜିତ ହେବାକୁ ଥିବା ପୋଲିଂ ସୂପରଭାଇଯର, ସହାୟକ ଏବଂ ମାଇକ୍ରୋ ଅବ୍ଜର୍ଭର ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ l
ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁସାରେ ଭୋଟ ଗଣନା ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ l
ଗଣନା ପାଇଁ ନିର୍ଦ୍ଦିଷ୍ଟ କେନ୍ଦ୍ର ନେସନାଲ କଲେଜ ରେ ଦୃଢ ସୁରକ୍ଷା ବ୍ୟବସ୍ଥା ରହିବ ଏବଂ ଗଣନା କକ୍ଷ ରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯିବ। ଗଣନା ଆରମ୍ଭ ପୂର୍ବରୁ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ସହ ଥିବା ସମସ୍ତ EVM ଓ VVPAT ମେସିନ୍‌ଗୁଡ଼ିକ ସିଲ୍ ଓ ସୁରକ୍ଷା ଯାଞ୍ଚ ପ୍ରାର୍ଥୀ ଏଜେଣ୍ଟମାନଙ୍କ ଉପସ୍ଥିତିରେ କରାଯିବ।
ଭୋଟ ଗଣନା ପ୍ରକ୍ରିୟା ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ l
ଏଥି ପାଇଁ ୧୪ ଟି ଗଣତି ଟେବୁଲ୍ ଓ ଡାକ ମତପତ୍ର ପାଇଁ ଗୋଟିଏ ଟେବୁଲ୍ ରହିବ l ପ୍ରଥମେ ପୋଷ୍ଟାଲ ବେଲଟ ଗଣାଯିବ। ତା’ପରେ EVM ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଭୋଟିଂ ମେସିନ୍ ର ତଥ୍ୟ କୁ ଫର୍ମ ୧୭ ସି ସହିତ ମେଳ କରାଯିବ l
ପ୍ରତ୍ୟେକ ରାଉଣ୍ଡ‌ର ଫଳାଫଳକୁ ଫର୍ମ-20 ରେ ରେକର୍ଡ କରାଯିବ ଓ ତାହା ପ୍ରାର୍ଥୀ ଏବଂ ଏଜେଣ୍ଟ ମାନଙ୍କୁ ଦେଖାଯିବ।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭା କ୍ଷେତ୍ରର ପାଞ୍ଚଟି ପୋଲିଂ ସେଣ୍ଟରର VVPAT ସ୍ଲିପ୍‌ଗୁଡ଼ିକ ଗଣାଯାଇ EVM ଫଳାଫଳ ସହ ସମୀକ୍ଷା କରାଯିବ, ଯାହା ଫଳାଫଳର ପାରଦର୍ଶିତା ଓ ନିଷ୍ପକ୍ଷତା ସୁନିଶ୍ଚିତ ହେବ। ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ ପର୍ଯ୍ୟବେକ୍ଷକ, ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ।
ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ (Returning Officer) ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ (Certificate of Election) ପ୍ରଦାନ କରାଯିବ। ଆଜିର ଏହି ତାଲିମ୍ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ , ଏ ପି ଡି କ୍ଷମାନିଧି ଭୋଇ ତଥା ଗଣନା ପ୍ରକ୍ରିୟାରେ ନିଯୁକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ଡେପୁଟି କଲେକ୍ଟର ନିର୍ବାଚନ, ଶେଖ୍ ନସିମ ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ପ୍ରକ୍ରିୟା ପ୍ରଦର୍ଶିତ କରିଥିଲେ l ଜିଲ୍ଲାପାଳ କହିଲେ ଯେ ଭୋଟ ଗଣନା ପ୍ରକ୍ରିୟାର ପାରଦର୍ଶିତା ଓ ଶାନ୍ତିପୂର୍ଣ୍ଣ ପରିଚାଳନା ହେଉଛି ନିର୍ବାଚନର ଏକ ପ୍ରମୁଖ ଅଂଶ l ସମସ୍ତ ଅଧିକାରୀ ସମର୍ପିତ ଭାବରେ କାର୍ଯ୍ୟ କରି ଏହାକୁ ସଫଳତାର ସହିତ ସମ୍ପାଦନ କରିବା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha