Home ରାଜ୍ୟନୂଆପଡ଼ା ନିର୍ବାଚନ ମଣ୍ଡଳୀର ଶାଖାତୋରା ରେ ବିଜେପିର ବିଶାଳ ଶୋଭାଯାତ୍ରା ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଶାଖାତୋରା ରେ ବିଜେପିର ବିଶାଳ ଶୋଭାଯାତ୍ରା ।

by Maraguda Express
0 comments

ନୂଆପଡ଼ା -୩/୧୧(ସୁରେନ୍ଦ୍ର ତିୱାରୀ) ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ଶାଖାତୋରାରେ ଏକ ବିଶାଳ ନିର୍ବାଚନୀ ଶୋଭାଯାତ୍ରା ରେ ଯାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଶୋଭାଯାତ୍ରା ଅବସରରେ ଭୋଟରମାନଙ୍କୁ ସମ୍ବୋଧନ କରି ଆପଣ ମାନଙ୍କ ସହଯୋଗରେ ନୂଆପଡ଼ାରେ ବିକାଶର ପଦ୍ମ ଫୁଟିବ ବୋଲି କହିଛନ୍ତି ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀ, ବୁଥ୍ ନମ୍ବର ୧୨୯, ଶାଖାତୋରା ଠାରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳୀୟ ନେତୃବୃନ୍ଦ, ସ୍ଥାନୀୟ ଜନସାଧାରଣଙ୍କ ସହ ସାମିଲ ହୋଇଥିଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ସମସ୍ତେ ଏକ ହୋଇ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିବା ସହ ଆମ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ଯେଉଁ ବିଶ୍ୱାସ ଏବଂ ଭରସା ରହିଛି ତାହା ଏକ ବୃହତ ବିଜୟର ପଥକୁ ସୁଗମ କରୁଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀ, ବୁଥ ନଂ – ୧୨୫ , ୧୨୬, ୧୨୮ ସିରତୋଲ ଠାରେ ମନ୍ତ୍ରୀ ମହାଲିଙ୍ଗ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ଭୋଟ ପ୍ରଚାର କରିଥିଲେ। ଏହି ବୈଠକରେ ସ୍ଥାନୀୟ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ ।
ସେହିପରି ଭାବେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ବୁଥ ନଂ – ୧୮୩, ୱାର୍ଡ଼ ନମ୍ବର ୧୪ ମହୁଆଭଟା ଠାରେ ମଧ୍ୟ ମାନ୍ୟବର ମନ୍ତ୍ରୀ ମହାଲିଙ୍ଗ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha