Home ରାଜ୍ୟନୂଆପଡା ବ୍ଲକ୍ ରେ” ଜୁହାର” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ଜନ ସଚେତନତା ସୃଷ୍ଟି ।

ନୂଆପଡା ବ୍ଲକ୍ ରେ” ଜୁହାର” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ଜନ ସଚେତନତା ସୃଷ୍ଟି ।

by Maraguda Express
0 comments

ନୂଆପଡା -୧୨/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ବ୍ଲକ୍ ସାଇପଲା ଗ୍ରାମ ପଞ୍ଚାୟତରେ ଏକ ଅଭିନବ କାର୍ଯ୍ୟକ୍ରମ ” ଜୁହାର “ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ହିତାଧୀକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ବହୁ ହିତାଧୀକାରୀ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ କରୁନାହାନ୍ତି କିମ୍ବା ଗୃହ ନିର୍ମାଣ ସଂପୂର୍ଣ୍ଣ କରୁ ନାହାନ୍ତି ।

ଏହା ଫଳରେ ପ୍ରଶାସନ ଉପରେ ଚାପ ସୃଷ୍ଟି ହେବା ସହିତ ନୂତନ କୋଟା ପୂରଣ ପାଇଁ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପ୍ରଶାସକ) ଜିଲ୍ଲା ପରିଷଦ, ନାଏବ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁ, ୱାର୍ଡ଼ ମେମ୍ବର ତୋଷ କୁମାର ସାହୁ, ବିପିସି ଆର୍ ଏଚ୍ ସଚିନ କୁମାର ପାଢୀ, ପି. ଇ. ଓ. ପବନ କୁମାର ପଟେଲ, ଜି ଆର୍ ଏସ୍ ନାଗେଶ ସାହୁଙ୍କ ସମ୍ମିଳିତ ଉଦ୍ୟମ କ୍ରମେ ଏହି ଅଭିନବ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଢୋଲ , ନିଶାଣ, ତାସା, ଘଣ୍ଟ ମାଡ ସହିତ ଅଧିକାରୀ ମାନେ ଘରକୁ ଘର ବୁଲି ହାତ ଯୋଡ଼ି ବିନମ୍ର ଭାବରେ ହିତାଧିକାରୀମାନଙ୍କୁ ନିବେଦନ କଲେ ଯେ ଆର୍‌ ଏଚ୍‌ ଯୋଜନାରେ ପ୍ରାପ୍ତ ଆବାସଗୁଡ଼ିକୁ ସେମାନେ ଶୀଘ୍ର ନିର୍ମାଣ କରି ସେମାନଙ୍କ ସ୍ୱପ୍ନର ଘରକୁ ବାସ୍ତବରେ ପରିଣତ କରନ୍ତୁ। ବାଦ୍ୟ ଘଣ୍ଟ ମାଡ ସହ ଘରେ ଘରେ ପହଞ୍ଚି, ଶ୍ରଦ୍ଧା, ସମ୍ମାନ ଓ ସଚେତନତାର ପରିବେଶ ସୃଷ୍ଟି କରାଯାଇଥିଲା । ହିତାଧିକାରୀ ମାନଙ୍କୁ ମାଳା ଅର୍ପଣ କରି ସମ୍ମାନର ସହ ସେମାନଙ୍କୁ ଘର ନିର୍ମାଣକାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ପ୍ରେରିତ କରାଗଲା। ଏହି ନୂତନ ” ଜୁହାର” ଉଦ୍ୟମ ପଞ୍ଚାୟତରେ ଆବାସ ନିର୍ମାଣରେ ଜନ ଜାଗରଣ ଓ ଦାୟିତ୍ୱବୋଧର ପରିବେଶ ସୃଷ୍ଟି କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha