

ନୂଆପଡ଼ା -୧୩/୧୨ (ସୁରେନ୍ଦ୍ର ତିୱାରୀ ) ଗତ କାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପାଣି ଠାରେ ନୂଆପଡ଼ା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି । ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାରାଣୀ ଯୋଶୀ ଙ୍କ ସଭାପତିତ୍ବରେ ଚଳିତ ବର୍ଷର ମୋ ସ୍ଵପ୍ନର ଓଡ଼ିଶା ବିଷୟବସ୍ତୁ ଉପରେ ଆଧାରିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଡ. ରେଶମ ଲାଲ ନାଏକ,ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା,ନୂଆପଡ଼ା ତାରେଶ୍ଵରୀ ସାହୁ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାଏକ, ଚନ୍ଦ୍ରକଳା ଜଗତ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ସରପଞ୍ଚ ଧରମବନ୍ଧା ଭୁବନେଶ୍ଵରୀ ଦଣ୍ଡସେନା , ସରପଞ୍ଚ ଡୁମେରପାଣି ଟେକରାମ ସାହୁ , ଏସ. ଏମ. ସି. ଚେୟାରମେନ ଟିକେଶ୍ୱର୍ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତ ଗୁଡ଼ିକ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏ ଅବସର ରେ ବରିଷ୍ଠ ସାମ୍ବାଦିକ “ପ୍ରୟାସ” ଲୋକନାଥ ମାହାପତ୍ର ଓ ଦୈନିକ “ସମୟ” ତଥା ମାରାଗୁଡ଼ା ଏକ୍ସପ୍ରେସ ୱେବ ସାଇଟ ର ସୁରେନ୍ଦ୍ର ତିୱାରୀ ଦ୍ବୟ ଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। କୃତି ପ୍ରତିଯୋଗୀମାନ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା ।
କାର୍ଯ୍ୟକ୍ରମଟିର ସଫଳ ଆୟୋଜନରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ମାନଙ୍କ ସହିତ ଆସିଥିବା ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମର ଭଦ୍ରବ୍ୟକ୍ତି,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା,ଏନ.ସି.ସି, ସ୍କାଉଟ ଏଣ୍ଡ ଗାଇଡ, କପ୍ ଏଣ୍ଡ ବୁଲବୁଲ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ, ସୁଶାନ୍ତ ମୁଣ୍ଡ, ଜୟକୃଷ୍ଣ ସୁନାନୀ ଓ ଦେବରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


ଡୁମେରପାଣି ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି।
53