ପଦ୍ମପୁର -୩୧/୧୨ (ମାରାଗୁଡ଼ା ଏକ୍ସପ୍ରେସ) ବରଗଡ ଜିଲ୍ଲା ନୃସିଂହନାଥ ମନ୍ଦିର ତରଫରୁ ଇଂରାଜୀ ନୁଆଁ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସଜବାଜ କରା ଯାଇଛି। ମୁଖ୍ୟତଃ ୨୦୨୬ କୁ ସ୍ୱାଗତ କରି ବଣଭୋଜି କରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ନୃସିଂହନାଥ ରେ ହେବାର ସମ୍ଭାବନା ଥିବାରୁ ମନ୍ଦିର ପରିସର, ବସଷ୍ଟାଣ୍ଡ, ପିକନିକ ସ୍ପଟ, ଦୋକାନ ଏରିଆ, ଆମ୍ବ ବଗିଚା ଏରିଆ, ବୁଟି ବାବା ହରବଳ ଗାଡ଼ନ ଏରିଆ ରଥ ଦାଣ୍ଡ ପ୍ରମୁଖ ସ୍ଥାନ ସଫା ସୁତୁରା କରା ଯାଇଛି । ଏଥି ସହ ଭକ୍ତ ମାନେ ଭଗବାନ ଙ୍କୁ କିପରି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିପାରିବେ ସେନେଇ ସେବାୟତ ମାନଙ୍କୁ ନିୟୋଜନ କରାଯାଇଛି ଓ ବହୁ ସଂଖ୍ୟା ରେ ପୋଲିସ ମୃତୟନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନରସିଂନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି। ଏନେଇ ପାଇକମାଲ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ଶାନ୍ତି ଶୃଙ୍ଖଳା ନେଇ କି କି ବ୍ୟବସ୍ଥା କରାଯାଇଛି ବୋଲି ପଚାରିବାରୁ, ଆମ ତରଫରୁ ଯାହା ସମ୍ଭବ ସବୁ କରାଯିବ ବୋଲି ସେ କହିଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣୀ


ନୃସିଂହନାଥ ପୀଠରେ ନୂତନ ବର୍ଷକୁ ସ୍ୱାଗତ ପାଇଁ ସଜବାଜ।
20