42
ନୂଆପଡା -୮/୧(ସୁରେନ୍ଦ୍ର ତିୱାରୀ) ନେସନାଲ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା କୋ- ୟୁନିଟ୍ ତରଫରୁ ଶୀତକାଳୀନ ଶିବିର ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବ ରେ ଡ. ଚିତ୍ତରଞ୍ଜନ ଝୁଣ୍ଟିଆ ଜାତୀୟ ସେବା ଯୋଜନା ସଂଯୋଜକ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ଭବାନୀପାଟଣା ମୁଖ୍ଯ ଅତିଥି, ପ୍ରାଧ୍ୟାପକ ବିଧାନ ମିଶ୍ର, ଅଧ୍ଯାପକ ବୈଦ୍ୟନାଥ ଗଡ଼ତିଆ, ପ୍ରକାଶ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।ଅତିଥି ମାନେ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସେବା ବିଷୟରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ ସା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଅଧ୍ଯାପକ ଜଗନ୍ନାଥ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାପ୍ତାହିକ ଶୀତ କାଳୀନ ଶିବିର ପାଇଁ ସିଲଦା ଗ୍ରାମକୁ ପୋଷ୍ଯ ଗ୍ରାମ ଭାବରେ ନିଆଯାଇଛି। ଶିବିରରେ ସଡ଼କ ସୁରକ୍ଷା,ପ୍ରାଥମିକ ଚିକିତ୍ସା, ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ, ସ୍ବଚ୍ଛତା ଅଭିଯାନ ଓ ଦାଦନ ଶ୍ରମିକ ଉପରେ ସଚେତନତା କାର୍ଯ୍ୟକ୍ରମ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

