53

ନନୂଆପଡ଼ା -୩/୮(ସୁରେନ୍ଦ୍ର ତିୱାରୀ) ନେସନାଲ କଲେଜ ନୂଆପଡ଼ା ରେ ନୂତନ ରୂପେ ଛାତ୍ରାବାସ ଆରମ୍ଭ ହୋଇଛି । ଗୋଧସ ନାମ ରେ ଛାତ୍ରାବାସ ର ନାମ ରଖାଯାଇଛି। ଏ ବର୍ଷ ପରିସର ମଧ୍ୟରେ ସ୍ବଚ୍ଛତା ଅଭିଯାନ ରେ ସଫେଇ କାର୍ଯ୍ୟ ଆରମ୍ଭ କରି ବୃକ୍ଷ ରୋପଣ କରାଯାଇଛି । ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ ରୁ ଛାତ୍ରାବାସ ଆରମ୍ଭ କରାଯାଇଛି। “ଗୋଧସ୍” ଛାତ୍ରବାସ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଜଣ ଅନ୍ତେବାସୀ ପ୍ରବେଶ କରିଛନ୍ତି ।
ଆଜି ଅନ୍ତେବାସୀଙ୍କ ସହ ନିରୀକ୍ଷଣ ଦାୟୀତ୍ୱାଥିବା ଅଧ୍ୟାପକ ପ୍ରକାଶ କୁମାର ସାହୁ, କୋମନ ଲାଲ ଚନ୍ଦ୍ରକାର, ବୈକୁଣ୍ଠ ବେହେରା, ଅବିନାଶ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ସହ ମିଶି ସମସ୍ତେ ଛାତ୍ରାବାସ ପରିସର ରେ ଚାରା ରୋପଣ କରିଥିଲେ । ଶେଷ ରେ ସ୍ଵଚ୍ଛତା ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ଉପରେ ଉପସ୍ଥିତ ଛାତ୍ରଙ୍କୁ ସଚେତନ କରି ଅଧ୍ୟାପକ ପ୍ରକାଶ ସାହୁ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।