23

ନୂଆପଡା ୧୩/୧ ( ମାରାଗୁଡ଼ା ଏକ୍ସପ୍ରେସ) ଆଜି ସପ୍ତାହ ବ୍ୟାପି ଜାତୀୟ ସେବା ଯୋଜନା ଶିବିର ସିଲଦା ଗ୍ରାମ ଠାରେ ଉଦଯାପିତ ହୋଇ ଯାଇଛି । ଏନ୍ ଏସ୍ଏସ୍ -ୟୁନିଟ୍, ନ୍ୟାସନାଲ୍ ଡିଗ୍ରୀ କଲେଜ୍, ନୂଆପଡା ପକ୍ଷରୁ ଆୟୋଜିତ ୭ ଦିନିଆ ଶୀତକାଳୀନ ଶିବିର ସ୍ଥାନୀୟ ସିଲଦା ଗ୍ରାମରେ ସଫଳତାର ସହ ଶିବିର ଆୟୋଜନ ହୋଇଥଲା। ଉପରୋକ୍ତ ଉଦଯାପନୀ ସଭାରେ ମହାବିଦ୍ୟାଳୟ ଅଧକ୍ଷ ହିତେଶ କୁମାର ସାହୁ ଓ ମୁଖ୍ୟ ଅତିଥି ପୂର୍ବତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ, ଉପରୋକ୍ତ ଶିବିର ଛାତ୍ରଛାତ୍ରୀଙ୍କୁ ସମାଜ ସହ ଜଡିତ କରି ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ।
ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହେମାଲ୍ ସା ଶିବିର ସମୟରେ ସମ୍ପାଦିତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଦେଇ ସ୍ୱେଚ୍ଛାସେବକମାନଙ୍କ ଶ୍ରମଦାନକୁ ସ୍ୱୀକୃତି ଦେଇଥିଲେ। ୭ ଦିନିଆ ଶିବିର ସମୟରେ ସ୍ୱେଚ୍ଛାସେବକମାନେ ମହାବିଦ୍ୟାଳୟ ସଫାଇ, ଯୋଗ,ସଡ଼କ ସୁରକ୍ଷା , ପରିବେଶ ସୁରକ୍ଷା, ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ କରିଥିଲେ ଏବଂ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧୀ ଅଭିଯାନ, ଦାଦନ୍ ଶ୍ରମିକ ଚାଲାଣ ରୋକଥାମ, ମାଦକ ଦ୍ରବ୍ୟ ବିରୋଧୀ ସଚେତନତା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ପର୍କିତ ଘର କୁ ଘର ବୁଲି ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହା ଦ୍ୱାରା ପୌଷ୍ୟ ଗ୍ରାମ ସିଲଦା ର ଗ୍ରାମବାସୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିଲା। ଶେଷରେ ସ୍ୱେଚ୍ଛାସେବକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଏହି ଶୀତକାଳୀନ ବିଶେଷ ଶିବିର ସଫଳତାର ସହ ସମାପ୍ତ ହୋଇଥିଲା। ଏହି ଶିବିରର ସମାପନୀ ସଭାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହେମାଲ୍ ସା ମଞ୍ଚ ପରିଚାଳନା କରିଥିବା ବେଳେ ବେଳେ ଜଗନ୍ନାଥ ମେହେର ଧନ୍ୟବାଦ୍ ଅର୍ପଣ ଦେଇଥିଲେ ।
ଅଧ୍ୟାପକ ଶିବ ପ୍ରସାଦ ସା , ବୈକୁଣ୍ଠ ବେହେରା ସ୍ୱେଚ୍ଛାସେବୀ କିରଣ ସାହୁ , ଦେଓ କୁମାରୀ ସତନାମୀ, ନରେଶ ବୁଡେକ୍, ଉତ୍ତମ ମାଝୀ,ବେଣୁ ଭଟ୍ଟ ଓ ମନୋଜ ମାଝୀ ଉପରୋକ୍ତ କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ।


