Home ରାଜ୍ୟପର୍ଯ୍ୟଟନ ସ୍ଥଳି ର ପାରିପାର୍ଶ୍ବିକ ଉନ୍ନତି କରଣ ନିମନ୍ତେ ୨ କୋଟି ରୁ ଉର୍ଦ୍ଧ ଅନୁଦାନ ପ୍ରଦାନ

ପର୍ଯ୍ୟଟନ ସ୍ଥଳି ର ପାରିପାର୍ଶ୍ବିକ ଉନ୍ନତି କରଣ ନିମନ୍ତେ ୨ କୋଟି ରୁ ଉର୍ଦ୍ଧ ଅନୁଦାନ ପ୍ରଦାନ

by Maraguda Express
0 comments

 ନୂଆପଡ଼ା -୨୬/୭ (ସୁରେନ୍ଦ୍ର ତିୱାରୀ) ନୁଆପଡା ଜିଲ୍ଲା ପର୍ଯ୍ୟଟନ ସ୍ଥଳି ପତୋରା, ଗୋଧସ ଜଳ ପ୍ରପାତ ଓ ବୁଦ୍ଧି କୋମନାର ପାତାଲେଶ୍ୱର୍ ମନ୍ଦିର ଅଞ୍ଚଳ ର ପାରିପାର୍ଶ୍ବିକ ବିକାଶ ନିମନ୍ତେ ରାଜ୍ୟ ସରକାର ଅନୁଦାନ ରାଶି ପ୍ରଦାନ କରିଛନ୍ତି। ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରାୟ ୨ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ନୁଆପଡା ପର୍ଯ୍ୟଟନ ମାନଚିତ୍ର ରେ ସ୍ଵତନ୍ତ୍ର ସ୍ଥାନ ଦଖଲ କରିବ ଓ ଅଞ୍ଚଳରେ ଲୋକ ଙ୍କୁ ରୋଜଗାର ବାଟ ଫିଟାଇବ ବୋଲି ଆଶା କରାଯାଉଛି । ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଅଥକ ପ୍ରୟାସ ରେ ଅନେକଥର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ସାକ୍ଷାତ୍ ଆଲୋଚନା କରି ଉପରୋକ୍ତ ଅନୁଦାନ ଆଣିବାରେ ସଫଳ ହୋଇଛନ୍ତି। ନୂଆପଡ଼ା ର ବିକାଶ ପାଇଁ ରାଜ୍ୟ ସରକାର ଓ ବିଶେଷକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଶେଷ କୃତଜ୍ଞତା ଓ ଧନ୍ୟବାଦ୍ ଶ୍ରୀ ପଣ୍ଡା ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha