
ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ) ଅଖିଳ ଭାରତୀୟ ମାରୱାଡି ୟୁବା ମଞ୍ଚ ସିନାପାଲି ଶାଖା ପକ୍ଷରୁ ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାତାଲଗଙ୍ଗା ଠାରେ ହରିୟାଲି ତୀଜ ପର୍ବ ପାଳନ ସହ ବୋଲବମ୍ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନଭୋଗର ବ୍ଯବସ୍ଥା କରାଯାଇଥିଲା । ଏଥିସହ ସିନାପାଲି ଯୁଗେନପଦର ଠାରେ ମଧ୍ଯ ଯୁବାମଞ୍ଚ ତରଫରୁ ବୋଲବମ୍ ଯାତ୍ରୀଙ୍କୁ ଅନ୍ନଭୋଗ ଦିଆଯାଇଥିବା ଜଣାପଡ଼ିଛି । କାର୍ଯ୍ଯକ୍ରମକୁ ଭାରତୀ ଅଗ୍ରୱାଲା, ମେଘା ଅଗ୍ରୱାଲ, ଯୁବାମଞ୍ଚ ସଭାପତି ହୀରାଲାଲ ଅଗ୍ରୱାଲ, ପୂର୍ବତନ ସଂପାଦକ ଦୀପକ ଅଗ୍ରୱାଲ, ନାନକ ଚନ୍ଦ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ପରିଚାଳନା କରିଥିଲେ ।
ଅନ୍ଯମାନଙ୍କ ମଧ୍ଯରେ ଗୋଦାବରୀ ଅଗ୍ରୱାଲ, ଯୁବାମଞ୍ଚ ସଂପାଦକ ଗଣେଶ ଅଗ୍ରୱାଲ, ନାରୁ ଅଗ୍ରୱାଲ, ମଧୁ ପାତ୍ର, ସୁମନ ବାଗ, ସିଦ୍ଧୁ ମାଲି, ଫଣ୍ଟ ପାଣ୍ଡେ, ପାର୍ବତୀ, ସରସ୍ଵତୀ, ନିକିତା, ନେହା, ଖୁସି, ମନଷା, ଚେହେକ, ମେହେକ, ଡିମ୍ପଲ, ରେଜୁ, ଅନୋଖି, ଜିବିକା, ଗୁନଗୁନ, ପିୟୁଷ, ତୁଷାର, ସୁମିତ୍, ବିନୟ ,ଜଗନ୍ନାଥ, ରିପୂନ, ଡ଼ବୁ, ମୁନେଶ, କମଳ, ତୁଫାନ୍, ନନ୍ଦୁ, ଆଶିଷ, ତୁଷାର, ରାଜେଶ, ମୁକେଶ ପ୍ରମୁଖ ସହଯୋଗ କରିଥିଲେ ।
ପାତାଲଗଙ୍ଗା ଠାରେ ସିନାପାଲି ମାରୱାଡ଼ି ଯୁବାମଞ୍ଚର ଅନ୍ନଭୋଗ ପ୍ରଦାନ
148