ନୂଆପଡା- ୨୫/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ହଡପ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଏବଂ ଷ୍ଟାଷ୍ଟିକ୍ ଏମୋନେଟ୍ର ଅଶୋକ କୁମାର ଦୁଆ ଜାତୀୟ ପୌଷ୍ୟତା ପାଣ୍ଠି, ଜଳବାୟୁ ପରିବର୍ତ୍ତନ ନେଇ ଆସିଥିବା ୧୮ ଲକ୍ଷ ଟଙ୍କା କୁ କର୍ମଚାରୀ ଙ୍କ ବ୍ୟାଙ୍କ୍ ଏକାଉଣ୍ଟ୍ କୁ ସିଧା ସଲଖ ଭାବରେ ଜମା ହୋଇଅଛି। ଏହି ଅର୍ଥ ରେ ହେବାକୁ ଥିବା ପ୍ରାଣୀ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ବଦଳ ରେ ଆତ୍ମସାତ କରିଥିବା ଅଭିଯୋଗ କୁ କେନ୍ଦ୍ର କରି ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। କୋରାପୁଟ ରେ ଭିଜିଲାନ୍ସ ବିଭାଗ ଦ୍ଵାରା କେଶ ନମ୍ୱର୍ ୨୫/୨୦୨୫ ମାମଲା ରୁଜୁ ହୋଇଅଛି। ସରକାରୀ ଅର୍ଥ ନିଜ ବ୍ୟକ୍ତିଗତ ବ୍ୟାଙ୍କ୍ ପାସ ବହିରେ ଜମା କରିଛନ୍ତି। ତେଣୁ ଧାରା ୧୩/୨ ଆର/ଡବ୍ଲ୍ୟୁ ୧୩/୧ ରେ ସଂଶୋଧିତ ଆଇନ ୨୦୧୮/୪୦୯/୧୨୦ (ବି) ରେ ମାମଲା ରୁଜୁ ହୋଇଛି।
ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ହଡପ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ।
135
previous post