92
ନୂଆପଡା -୨୫/୯(ସୁରେନ୍ଦ୍ର ତିୱାରୀ ) କୋମନା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଦେବେନ୍ଦ୍ର ସୁନାନୀ ଓ ମହେନ୍ଦ୍ର କୁମାର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ସଭା ର ପରିଚାଳନା କରିଥିଲେ । ପ୍ରବଳ ବର୍ଷା ସତ୍ତ୍ବେ ବହୁ ସ୍ବେଚ୍ଛାସେବୀ ଏଥିରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ ।ଶେଷ ରେ କୃତୀ ସ୍ବେଚ୍ଛାସେବୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ , ଡୋଳାମଣି ଭୋଇ , ଅମିତ୍ ରାଉତ୍,ବିଜୟ ବାଗ ,ଲକ୍ଷ୍ମଣ ଥପା ,ଗୀତାଞ୍ଜଳି ହାତୀ , ହିମାନ୍ଦ୍ରୀ ସବର, ବନ୍ଦନା ହଂସ,ଜସ୍ମିନ ସାହୁ ,ରୂପା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।