Home ରାଜ୍ୟଜିଲ୍ଲାପାଳ ଜିଲ୍ଲାର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତାର ଶପଥ ପାଠ କରାଇଲେ।

ଜିଲ୍ଲାପାଳ ଜିଲ୍ଲାର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତାର ଶପଥ ପାଠ କରାଇଲେ।

ସାଧୁତା ସଚ୍ଚୋଟତା ଓ ସତ୍ୟନିଷ୍ଠାର ସହିତ ସମସ୍ତେ ଆଇନର ଅନୁପାଳନ କରିବା - ଜିଲ୍ଲାପାଳ।

by Maraguda Express
0 comments

ନୂଆପଡା -୨୮/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ l ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଡିଏସ୍ ପି ଦୁର୍ନୀତି ନିବାରଣ ବିଭାଗ ଦୀନବନ୍ଧୁ ବେହେରା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତା ସଚ୍ଚୋଟତା ଓ ସତ୍ୟନିଷ୍ଠା ସହିତ ଆଇନର ଅନୁପାଳନ କରି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ବାନ ଦେଇଛନ୍ତିl ଏହାସହିତ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକ୍ , ତହସିଲ,ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା l ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ଅଂଶ ଗ୍ରହଣ କରି ସାଧୁତାର ଶପଥ ପାଠ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha