Home ରାଜ୍ୟପ୍ଲାଷ୍ଟିକ ଦୂରୀକରଣ ସଚେତନତା କାର୍ଯ୍ଯକ୍ରମ ହାତୀବନ୍ଧା ଉଚ୍ଚ ବିଦ୍ଯାଳୟକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା।

ପ୍ଲାଷ୍ଟିକ ଦୂରୀକରଣ ସଚେତନତା କାର୍ଯ୍ଯକ୍ରମ ହାତୀବନ୍ଧା ଉଚ୍ଚ ବିଦ୍ଯାଳୟକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା।

by Maraguda Express
0 comments

ନୂଆପଡ଼ା -୧୮/୧୦- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ସେଣ୍ଟର୍ ଫର ଏନଭାରମେଣ୍ଟ ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଏକକ ବ୍ଯବହାର ଗୋଗ୍ୟ ପ୍ଲାଷ୍ଟିକ ଦୂରୀକରଣ ସଚେତନତା କାର୍ଯକ୍ରମ ଆୟୋଜିତ ହୋଇଛି । ଏହି ଉପଲକ୍ଷେ ବିଦ୍ଯାଳୟ ପରିସରରେ ଅନଷ୍ଠିତ ସଚେତନତା ସଭାରେ ପ୍ରୋଜେକ୍ଟ ଅଫିସର ଡ.ରାଜେଶ କୁମାର ମହନ୍ତ, ପ୍ରୋଜେକ୍ଟ ଡିଜାଇନର୍ ସତ୍ୟ ନାରାୟଣ ଦାସ,
ପ୍ରୋଜେକ୍ଟ କୋଡିନେଟର ସୁଶାନ୍ତ ଲେଙ୍କା, ପ୍ରଧାନ ଶିକ୍ଷକ ଭୁବନେଶ୍ଵର ମେହେର, ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷକ ରୂପେଶ କୁମାର ମେହେର ମଞ୍ଚାସିନ ଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ମଞ୍ଚ ପରିଚାଳନା କରିଥିଲେ । ଏ ଅବସରରେ ଏକ ସଚେତନାତ୍ମକ ଶୋଭାଯାତ୍ରା ହାତୀବନ୍ଧା ନଗର ପରିକ୍ରମା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ଯରେ
ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିସହ ହାତୀବନ୍ଧା ଉଚ୍ଚ ବିଦ୍ୟାଳୟକୁ ଏକକ ବ୍ଯବହୃତ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇଥିବା ଜଣାପଡ଼ିଛି । କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha