Home ରାଜ୍ୟବରଗଡ – ନୂଆପଡ଼ା ରେଳୱେ ଲାଇନ କୁ ସମୟ ସୀମା ମଧ୍ଯ ରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରେଳମନ୍ତ୍ରୀ ଙ୍କୁ ଅନୁରୋଧ।

ବରଗଡ – ନୂଆପଡ଼ା ରେଳୱେ ଲାଇନ କୁ ସମୟ ସୀମା ମଧ୍ଯ ରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରେଳମନ୍ତ୍ରୀ ଙ୍କୁ ଅନୁରୋଧ।

by Maraguda Express
0 comments

ବରଗଡ -୧୧ /୧୨ (ସୁରେନ୍ଦ୍ର ତିୱାରୀ) ବରଗଡ ରୁ ଓଡ଼ିଶା ରାଜ୍ୟ ରାଜଧାନୀ ରେ ଭୁବନେଶ୍ବର କୁ ଏକ ସକାଳ ଟ୍ରେନ ଶୁଭାରମ୍ଭ କରିବା ପାଇଁ ଆଜି ଲୋକସଭାରେ ଧାରା ୩୭୭ ଅଧିନିୟ ଅନୁଯାୟୀ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରଗଡ ରୁ ନୁଆଁପଡା ଏକ ନୁତନ ରେଳ ୱେ ଲାଇନ ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ଅନୁଯାୟୀ ୨ ହଜାର ୬ ଶହ ୨୨ କୋଟି ମଞ୍ଜୁର କରିଥିବାରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ୱେ ବିଭାଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହି ନୁତନ ରେଳ ୱେ ଲାଇନ କୁ ସମୟ ସୀମା ମଧ୍ଯରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଲୋକସଭାରେ ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ ବରଗଡ ରୁ ଭୁବନେଶ୍ବର ସକାଳ ଟ୍ରେନ ଶୁଭାରମ୍ଭ ହେଲେ ବିଷେଶ ଭାବେ ଶ୍ରମିକ,ଶିକ୍ଷାର୍ଥୀ, ସରକାରୀ କର୍ମଚାରୀ ମାନେ ଲାଭବାନ୍ ହେବା ସହ ବ୍ଯବସାୟୀ ବାଣିଜ୍ଯ ରେ ମଧ୍ଯ ବୃଦ୍ଧି ହେବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha