ନୂଆପଡ଼ା -୨୮/୧୦ (ସୁରେନ୍ଦ୍ର ତିୱାରୀ) ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ। ପୂର୍ବତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ପାଇଁ ରାଜ୍ୟରେ ବିଜେପି ସରକାର ଜନସାଧାରଣଙ୍କ ଆର୍ଶୀବାଦରୁ ୫୦୦ ଦିନ ପୂରଣ କରିଛି। ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ। ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହାସବୁ ଲେଖାଯାଇଥିଲା, ସରକାର ଗଠନ କରିବା ପରେ ସେସବୁ ଗୋଟିଏ ପରେ ଗୋଟିଏ ବିଜେପି ପୂରଣ କରୁଛି । ଧାନ କୁଇଂଟାଲ ପିଛା ଏବେ ୩୧୦୦ ଟଙ୍କାରେ ପହଂଚିଛି, ଯାହାକି ଚାଷୀଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଛି। ରାଜ୍ୟ ସରକାରଙ୍କ ଇନ୍ପୁଟ୍ ସବ୍ସିଡି ଯୋଗୁଁ ୧୬ ଲକ୍ଷ ପରିବାର ଲାଭାନ୍ୱିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ମହିଳାମାନେ ୩ କିସ୍ତି ପାଇସାରିଲେଣି। ଭକ୍ତଙ୍କ ଭାବାବେଗ ସହିତ ଜଡିତ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନ ଭଣ୍ଡାର ଖୋଲାଯାଇଛି। ରାଜ୍ୟରେ ନୂତନ ୭୫ ହଜାର କିମି ରାସ୍ତା ତିଆରି ପାଇଁ ଏବଂ ରାଜପଥ ଗୁଡିକର ବିକାଶ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂତନ ଭାବେ ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରାଯାଇଛି । ୧୫ ହଜାର ହେକ୍ଟରରେ ଚାଷ ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଗତ ୫୦୦ ଦିନର ବିଜେପି ସରକାରରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିବା ସ୍ୱାଧୀନତାର ୭୮ ବର୍ଷ ପରେ ପ୍ରଥମ ଥର ପାଇଁ ସମ୍ଭବ ହୋଇପାରିଛି। ନୂଆପଡ଼ା ବିଧାନସଭାରେ ୧୧୦୧ କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏସବୁ କ୍ରିୟାନ୍ୱୟନ କରିବା ବିଜେପି ସରକାରର ପ୍ରାଥମିକତା ହେବ। ନୂଆପଡ଼ାରେ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ମିଳିସାରିଛି। ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏବିଷୟରେ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଦାଦନ ଖଟିବା ହେଉଛି ପ୍ରମୁଖ ସମସ୍ୟା। ଏଠାକାର ଲୋକଙ୍କ ପାଖରେ ପୂର୍ବରୁ ବିକଳ୍ପ ନ ଥିବାରୁ ସେମାନେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ଏସବୁ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ସଂକଳ୍ପ ନେଇଛି ବୋଲି ନୂଆପଡ଼ା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ାର ଲୋକେ ଯେପରି କର୍ମସଂସ୍ଥାନ ପାଇବେ, ଆତ୍ମନିର୍ଭର ହେବ ଓ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ବିଜେପି ସରକାର ଯୋଜନା କରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ ନଂ. ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ନୂଆପଡ଼ାର ପ୍ରମୁଖ ଭୂମିକା ରହିଛି। ନୂଆପଡ଼ା ବିକଶିତ ହେଲେ ଓଡ଼ିଶା ୧ ନଂ. ରାଜ୍ୟ ହୋଇପାରିବ। ବିକଶିତ ନୂଆପଡ଼ା ଗଠନ ଦଳ ପାଇଁ ଏକ ସଂକଳ୍ପ। ଏନେଇ ନୂଆପଡ଼ାର ସାମଗ୍ରିକ ବିକାଶ କରିବା ପାଇଁ ବିଜେପି କୌଣସି ପଦକ୍ଷେପ ହାତ ଛଡ଼ା କରିବନାହିଁ। ଏଥିପାଇଁ ଜନସାଧାରଣକୁ ଅନୁରୋଧ କରୁଛୁ ଯେ, ସେମାନେ ଗତ ସାଧାରଣ ନିର୍ବାଚନରେ ସାଂସଦଙ୍କୁ ସର୍ବାଧିକ ଭୋଟ ଦେଇଥିଲେ, ସେହିଭଳି ଏହି ଉପନିର୍ବାଚନରେ ମଧ୍ୟ ବିଜେପିକୁ ସମର୍ଥନ ଦେଇ ବିକଶିତ ନୂଆପଡ଼ାର ସ୍ୱପ୍ନ ପୂରଣ କରନ୍ତୁ। ପଦ୍ମ ଚିଂହ୍ନରେ ଭୋଟ ଦେଇ ନୂଅପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ସୁଯୋଗ ଦିଅନ୍ତୁ।ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହଛନ୍ତି ଯେ, ନୂଆପଡ଼ାର ଯେଉଁସବୁ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେସବୁର ସମାଧାନ କରାଯିବ। ଏଥିପାଇଁ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରନ୍ତୁ। ଅନ୍ୟ ମାନଙ୍କ ମଧ୍ୟ ରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ ,
ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମେତ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ନୂଆପଡା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ର ସାମ୍ବାଦିକ ସମ୍ମିଳନୀ : ବିକଶିତ ନୂଆପଡ଼ା ଗଠନ, ବିଜେପି ପାଇଁ ସଂକଳ୍ପ: ମନମୋହନ ସାମଲ
ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରନ୍ତୁ : ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ
60