Home ରାଜ୍ୟଭାରତ ନିର୍ବାଚନ ଆୟୋଗ ପ୍ରେସ୍ ବିଜ୍ଞପ୍ତି

ଭାରତ ନିର୍ବାଚନ ଆୟୋଗ ପ୍ରେସ୍ ବିଜ୍ଞପ୍ତି

by Maraguda Express
0 comments
ଭାରତ ନିର୍ବାଚନ ଆୟୋଗ ପ୍ରେସ୍ ବିଜ୍ଞପ୍ତି
ନୂଆପଡ଼ା (DI&PRO)ବିହାର ରେ ଫର୍ମ ପୂରଣ ପାଇଁ ଆଉ ମାତ୍ର ୬.୮୫% ଭୋଟର ବାକି ଅଛନ୍ତି; ବିଶେଷ ସଘନ ସଂଶୋଧନ (SIR) ସମାପ୍ତ ହେବା ପାଇଁ ଆହୁରି ୯ ଦିନ ଅଛି l ୧- ମୋଟ ଭୋଟର (୨୪ ଜୁନ୍ ୨୦୨୫ ସୁଦ୍ଧା) ୭,୮୯,୬୯, ୮୪୪ l ୨- ପ୍ରାପ୍ତ ହୋଇଥିବା ଗଣନା ଫର୍ମ ୬,୯୯,୯୨,୯୨୬ ଅର୍ଥାତ୍
୮୮.୬୫% l ୩ – ଅପଲୋଡ୍ ହୋଇଥିବା ଗଣନା ଫର୍ମ ୬,୪୭,୨୪,୩୦୦ ଅର୍ଥାତ୍
୮୧. ୯୬% l ୪-ନିଜଠିକଣାରେ ମିଳିନଥିବା ନିର୍ବାଚକ ମାନେ ହେଲେ ୩୫,୬୯,୪୩୫ ଅର୍ଥାତ୍
୪.୫% l ୪. ୧ – ସମ୍ଭବତଃ ଏପର୍ଯ୍ୟନ୍ତ ମୃତ ଭୋଟର ୧୨ ୫୫, ୬୨୦ ଅର୍ଥାତ୍ ୧.୫୯% l ୪.୨ – ସମ୍ଭବତଃ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଭୋଟର ୧୭,୩୭, ୩୩୬ ଅର୍ଥାତ୍ ୨.୨% l ୪.୩ ଏକାଧିକ ସ୍ଥାନରେ ନାମ ଲେଖାଇଥିବା ଭୋଟର (ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି) ୫,୭୬,୪୭୯ ଅର୍ଥାତ୍
୦.୭୩% l ୫ -ପ୍ରାପ୍ତ ହେବାପାଇଁ ଅବଶିଷ୍ଟ ଗଣନା ଫର୍ମ ୫୪,୦୭,୪୮୩ ୬.୮୫% l୬. ଆଜି ସୁଦ୍ଧା, ୬,୯୯,୯୨,୯୨୬ ଜଣ ବିଦ୍ୟମାନ ଭୋଟର ସେମାନଙ୍କର ଗଣନା ଫର୍ମ ଦେଇଛନ୍ତି ୧ ଅଗଷ୍ଟ, ୨୦୨୫ ରେ ପ୍ରକାଶିତ ହେବାକୁ ଥିବା ଚିଠା ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବା ପାଇଁ। ଯେକୌଣସି ଭୋଟର ଇ.ସି.ଆଇନେଟ (ECINet) ଆପ୍ କିମ୍ବା https:// voters. eci.gov.in ରେ ସେମାନଙ୍କର ଗଣନା ଫର୍ମର ସ୍ଥିତି ଯାଞ୍ଚ କରିପାରିବେ। ୭. ବୁଥ-ସ୍ତରୀୟ ଅଧିକାରୀ (BLO) ମାନଙ୍କର ୩ ଥର ଗସ୍ତ ପରେ ମଧ୍ୟ ଯେଉଁ ଭୋଟର ମାନେ ସେମାନଙ୍କ ଠିକଣାରେ ମିଳି ନାହାଁନ୍ତି, ସମ୍ଭବତଃ ମୃତ କିମ୍ବା ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ଏକାଧିକ ସ୍ଥାନରେ ନାମାଙ୍କନ କରିଛନ୍ତି, ସେମାନଙ୍କୁ ପୁନଃଯାଞ୍ଚ କରିବା ପାଇଁ, ଏହି ସୂଚନା ଆସନ୍ତାକାଲିଠାରୁ ରାଜନୈତିକ ଦଳର ଜିଲ୍ଲା ସଭାପତି / ସେମାନଙ୍କ ଦ୍ୱାରା ନିଯୁକ୍ତ ୧.୫ ଲକ୍ଷ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କ ସହ ମଧ୍ୟ ବଣ୍ଟନ କରାଯିବ, ଯାହା ଦ୍ଵାରା ୨୫.୦୭.୨୦୨୫ ପୂର୍ବରୁ ସେମାନଙ୍କ ଦ୍ୱାରା ଏହି ଭୋଟର ମାନଙ୍କ ସଠିକ୍ ସ୍ଥିତି ନିଶ୍ଚିତ କରାଯାଇପାରିବ। ● କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନ ପଡ଼ନ୍ତି ତାହା ନିଶ୍ଚିତ କରିବା ପାଇଁ: ୮. ବିହାରର ସମସ୍ତ ୨୬୧ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ର ସମସ୍ତ ୫,୬୮୩ ଟି ୱାର୍ଡରେ ମଧ୍ୟ ସ୍ୱତନ୍ତ୍ର ଶିବିର ସ୍ଥାପନ କରାଯାଉଛି। ୯. ବିହାର ବାହାରେ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ମଧ୍ୟ ଇ.ସି. ଆଇନେଟ ଆପ୍ କିମ୍ବା https: //voters. eci.gov.in ମାଧ୍ୟମରେ, ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ଅନଲାଇନ୍ ରେ ଗଣନା ଫର୍ମ ପୂରଣ କରିପାରିବେ। ସେମାନେ ପୂର୍ବରୁ ପୂରଣ ହୋଇଥିବା ଗଣନା ଫର୍ମକୁ ଡାଉନଲୋଡ୍ କରିପାରିବେ ଏବଂ ସେମାନଙ୍କର ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସିଧାସଳଖ ବୁଥ-ସ୍ତରୀୟ ଅଧିକାରୀ କିମ୍ବା ପରିବାର ମାଧ୍ୟମରେ ହ୍ୱାଟସାପ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ମଧ୍ୟ ପ୍ରଦାନ କରିପାରିବେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha