
ନୂଆପଡ଼ା -୧୩/୯(ସୁରେନ୍ଦ୍ର ତିୱାରୀ) ମାଛ ଓ ମଣିଷ ର ନିଆରା ପ୍ରେମ ଦେଖିବା ମିଳିଛି ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୬ କିଲୋମିଟର ଦୂରବର୍ତ୍ତୀ ଗୋଡଫୁଲା ପଞ୍ଚାୟତ ଅନ୍ତର୍ଗତ ପଟପରପାଲି ଗ୍ରାମରେ। ସେହି ଗ୍ରାମ ରେ ରହନ୍ତି ସରଜୁ ମହାରାଜ। ମାଳତୀ (ମାଛ) ସହ ସରଜୁ ମହାରାଜ ଙ୍କ ନିବିଡ ଭଳ ପାଇବା ଯିଏ ଦେଖିଛି ସେ ହି ଜାଣିବ। ତାଙ୍କ ବାଡ଼ି କୂଅ ରେ ବିଗତ ୨୨ ବର୍ଷ ରୁ ସପରିବାର ରହୁଛି ମାଳତୀ ମାଛ। ଦେଶୀ ମାଗୁର ମାଛ ପ୍ରଜାତି ର ପ୍ରାୟ ୪ ଗୋଟି ମାଛ ରହିଛି। ଝିଅ ପୂର୍ଣ୍ଣିମା ବାପା ଙ୍କୁ ଛୋଟ ବେଳେ କୂଅ ରେ ମାଛ ପୋଷିବା କହିଥିଲେ । ଝିଅ ପୂର୍ଣ୍ଣିମା ଓ ମାଳତୀ (ମାଛ) ଏକା ସହ ଛୋଟ ରୁ ବଡ଼ ହେଲେ ଏବେ ପୂର୍ଣ୍ଣିମା ବିବାହ କରି ଅନ୍ୟତ୍ର ରହୁଛନ୍ତି କିନ୍ତୁ ମାଳତୀ ର ଭଳ ମନ୍ଦ ବାପା ମାଁ ଙ୍କୁ ପଚାରି ବୁଝି ଥାନ୍ତି।କୂଅ ପାଖ କୁ ଯାଇ ଘର ମାଲିକ ସରଜୁ ମହାରାଜ ମାଳତୀ ମାଳତୀ ବୋଲି ଡାକିବା କ୍ଷଣି ପାଣି ଉପରକୁ ଉଠି ଆସୁଛି ମାଳତୀ (ମାଗୁର ମାଛ)। ଖାଇବା କୁ ଦେଲେ ଡେଇଁ ଡେଇଁ ଚୁଁ ଚାଁ ଶବ୍ଦ କରି ଖାଇବା ଦୃଶ୍ୟ ବେଶ ମନୋହର। ବିଗତ ୨୨ ବର୍ଷ ରୁ ମାଳତୀ କୁ ପୋଷି ଛନ୍ତି ସରର୍ଜୁ। ନିଜ ସନ୍ତାନ ଭଳି ଦେଖା ରେଖା କରନ୍ତି। ସ୍ନେହ ରେ ନାଁ ଦେଇଛନ୍ତି ମାଳତୀ ଓ ତା ନାକ ରେ ପିନ୍ଧାଇ ଛନ୍ତି ସୁନା ନଥିନୀ। ସରର୍ଜୁ ମହାରାଜ କୁଆଡେ଼ ଦୁଇ ଚାରି ଦିନ ପାଇଁ ଅନ୍ୟତ୍ର ଚାଲିଗଲେ, ମାଳତୀ ଝୁରି ହୁଏ।