Home ରାଜ୍ୟନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରେ ଅଯୋଗ୍ୟ ହିତାଧିକାରୀମାନେ ଜାଲିଆତି କରି ଅର୍ଥ ହରିଲୁଟ କରି ଥିବାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଗ୍ରାମବାସୀ।

ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରେ ଅଯୋଗ୍ୟ ହିତାଧିକାରୀମାନେ ଜାଲିଆତି କରି ଅର୍ଥ ହରିଲୁଟ କରି ଥିବାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଗ୍ରାମବାସୀ।

by Maraguda Express
0 comments

ନୂଆପଡ଼ା -୧୫/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ ଗ୍ରାମପଞ୍ଚାୟତ ର ସ୍ଥାନୀୟ ଅଧିବାସୀମାନେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଆଂଶିକ କ୍ଷତିଗ୍ରସ୍ତ ପେଣ୍ଡରାବନ ଗ୍ରାମର ଥଇଥାନ ପ୍ରଦାନ ନିମିତ୍ତ ଟ. ୩,୨୩,୦୫,୪୦୦ (ତିନିକୋଟି ତେଇଶ ଲକ୍ଷ ପାଞ୍ଚ ହଜାର ଚାରି ଶହ ଟଙ୍କା ) ଅଯୋଗ୍ୟ ହିତାଧିକାରୀମାନେ ଜାଲିଆତି କରି ଅର୍ଥ ହରିଲୁଟ କରିଥିବାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ୧୬ ଡିସେମ୍ବର ୨୦୨୦ ମସିହାରେ ପ୍ରକଳ୍ପ ନିର୍ଦ୍ଦେଶକ ପୁନର୍ବାସ ଓ ଥଇଥାନ ତଥା ଅତିରିକ୍ତ ସଚିବ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କୁ ଏ ବିଷୟରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ କିନ୍ତୁ ଏହା ର ସମାଧାନ ଆଜି ପର୍ଯ୍ୟନ୍ତ ନ ହେବା ଯୋଗୁଁ ହିତାଧିକାରୀ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।ଏହା ପଛ ରେ କେତେକ ପ୍ରଭାବଶାଳୀ ପେଶାଦାର ଲାଭଖୋର ବ୍ୟକ୍ତି ମାନଙ୍କ ହାତ ଥିବା ସୂଚନା ମିଳିଛି। ଏହି କାର୍ଯ୍ୟ ରେ ସମ୍ପୃକ୍ତ ଅଧିକାରୀ ଅର୍ଥ ଲୋଭ ରେ କ୍ଷମତା ର ଅପବ୍ୟବହାର କରି ଏହି କାର୍ଯ୍ୟ କରିଥିବା ଜଣା ପଡିଛି। ଏହା ଯୋଗୁଁ ନିରୀହ ହିତାଧିକାରୀ ଥଇଥାନ ସୁବିଧାସୁଯୋଗ ପାଇବାରୁ ବଞ୍ଚିତ ହୋଇ ଅଯୋଗ୍ୟ ହିତାଧିକାରୀମାନେ ସରକାରୀ ଅର୍ଥ ହରି ଲୁଟ କରିଛନ୍ତି। ଅଯୋଗ୍ୟ ହିତାଧିକାରୀ ମାନେ ଆଧାରକାର୍ଡ଼,ଭୋଟ ପରିଚୟ ପତ୍ର, ୯(ବି)ପ୍ରଣାମପତ୍ର, ବିବାହ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଭିନ୍ନକ୍ଷମ ଵା ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଜାଳିଆତି କାଗଜପତ୍ର ପ୍ରସ୍ତୁତ କରି ପ୍ରୋକ୍ଳେମେସନ ଗାଁ ରେ ଜାରୀ ନ କରି ଅନୁଦାନ ମଞ୍ଜୁର ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ତାଲିକା ପ୍ରଦାନ କରାଯାଇଛି। ଏହି ତାଲିକା ର ସତ୍ୟତା ଜାଣିବା ପାଇଁ ଲୋୟର ଇନ୍ଦ୍ର ଜଳ ସେଚନ ଯୋଜନା ପ୍ରକଳ୍ପ ନିର୍ଦେଶକ ପୁର୍ନବାସ ଓ ଥଇଥାନ ଅଧିକାରୀ ଖଡ଼ିଆଳ ଙ୍କୁ ଅନେକ ଥର ତାଲିକା ମାଗିବାରୁ ସେ ତାଲିକା ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଞ୍ଜୁର ନ ହେବା ପୂର୍ବ ରୁ ଦଲାଲ ମାନେ ପେମେଣ୍ଟ ଭାଉଚର ପ୍ରସ୍ତୁତ କରି ସାରିଲେଣି। ତେଣୁକରି ଅଯୋଗ୍ୟ ହିତାଧିକାରୀ ମାନଙ୍କ ୯(ବି) ଓ ଜାଲିଆତି କାଗଜପତ୍ର ର ନିରପେକ୍ଷ ଭାବେ ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି। ଅଭିଯୋଗ କାରୀମାନେ ହେଲେ ଘାସିରାମ ମାଝୀ, ସୁମନ୍ତ ଜାଲ, ଜିତେନ୍ ସତନାମୀ, ସୁକୁମାର ସାହୁ, ହରିଶ୍ଚନ୍ଦ୍ର ମାଝୀ, ତପନ ମାଝୀ, ସୁମନ୍ତୀ ମାଝୀ, ହରଦାସ ମାଝୀ, ଜୟ ପ୍ରକାଶ ମାଝୀ, ତୁଳସ ମାଝୀ, ଶାନ୍ତି ମାଝୀ,, ଭୁବନେଶ୍ୱରୀ ମାଝୀ, ପ୍ରତିଭା ମାଝୀ, ଦୁରାତ ମାଝୀ, ରାମ ମାଝୀ, ଅଲେଖ ମାଝୀ ଆଦି ପ୍ରମୁଖ ବ୍ୟକ୍ତି ବିଶେଷ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏ ଦୁର୍ନୀତି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ବିହିତ କାର୍ଯାନୁଷ୍ଠାନ ଓ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି। ନଚେତ ଆଗାମୀ ଦିନରେ ରାଜରାସ୍ତା ରେ ଆନ୍ଦୋଳନ କରିବା ସହ ବିଭାଗୀୟ କାର୍ଯାଳୟ ନିକଟରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha