ନୂଆପଡ଼ା ୧୮/୧୨ (ସୁରେନ୍ଦ୍ର ତିୱାରୀ) ଗତ କାଲି କୋମନା ଥାନା ଅନ୍ତର୍ଗତ ହରିପୁର ଛକ ନିକଟ ତିଖାଳି ବୋଟିଙ୍ଗ ପଡିଆ ନିକଟ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣାସ୍ଥଳ ରେ ଦୁଇ ଜଣ ଓ ଡାକ୍ତରଖାନା ରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ପ୍ରକାରେ ମହାରାଷ୍ଟ୍ର ଅଞ୍ଚଳ ରୁ କୋମନା ନିବାସୀ ଅବ୍ରାର ଅଲ୍ଲୀ ଙ୍କ ଘରକୁ ଆସିଥିବା ସମ୍ପର୍କୀୟ ମେହଫୁଜ ଓ ଅଦନାନ ନାମକ ଦୁଇ ଵ୍ୟକ୍ତି ଓ ଅନ୍ୟ ଚାରିଜଣ ଏକ କାର ଯୋଗେ ଖରିଆର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ମେହଫୁଜ ଓ ଅଦନାନ ମୃତ୍ୟୁ ବରଣ କରିଥିବାବେଳେ ଅବ୍ରାର ଙ୍କୁ ଡାକ୍ତରଖାନା ପହଂଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଇର୍ସାଦ ମହମ୍ମଦ ଓ ଯୋଗେଶ ସାହୁ ଙ୍କୁ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଙ୍କକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରଭାସ ମହାନ୍ତି ନାମକ ଅନ୍ୟ ଵ୍ୟକ୍ତି ସାମାନ୍ୟ ଆଘାତପ୍ରାପ୍ତ ହୋଇ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି। କୋମନା ଦମକଳ ବାହିନୀ ଖବର ପାଇ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ କୋମନା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।


ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ତିନି ମୃତ, ଦୁଇ ଗୁରୁତର।
46