Home ରାଜ୍ୟମାଟ୍ରିକ ପରୀକ୍ଷା -୨୦୨୬ : ହାଇସ୍କୁଲ ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ତଦାରଖ ପାଇଁ ବୋର୍ଡ ଉପାଧ୍ୟକ୍ଷଙ୍କ ଦିନିକିଆ ନୂଆପଡା ଗସ୍ତ l

ମାଟ୍ରିକ ପରୀକ୍ଷା -୨୦୨୬ : ହାଇସ୍କୁଲ ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ତଦାରଖ ପାଇଁ ବୋର୍ଡ ଉପାଧ୍ୟକ୍ଷଙ୍କ ଦିନିକିଆ ନୂଆପଡା ଗସ୍ତ l

by Maraguda Express
0 comments
ନୂଆପଡା- ୨୭/୦୨ – ଚଳିତବର୍ଷ ବାର୍ଷିକ ହାଇସ୍କୁଲ ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ୨୦୨୬ ର ପରିଚାଳନା ତଦାରଖ କରିବା ପାଇଁ ବୋର୍ଡ ଉପାଧ୍ୟକ୍ଷ ଡ଼ ଅମୂଲ୍ୟ କୁମାର ପଧାନ ଦିନିକିଆ ନୂଆପଡା ଗସ୍ତ କରି ୭ ଗୋଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ସକାଳ ୬.୩୦ ରୁ ନୂଆପଡ଼ା ବ୍ଲକର ନୋଡାଲ ସେଣ୍ଟର ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ାରେ ଉପସ୍ଥିତ ରହି ଠିକ୍ ସମୟରେ ପ୍ରଶ୍ନପତ୍ର ପ୍ରେରଣ କଥା ବୁଝିଥିଲେ। ତା ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ା, ଜୟ କିଶାନ  ଉଚ୍ଚ ବିଦ୍ୟାଳୟ ଲଖନା, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଦ୍ଧିକୋମନା, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଲଙ୍ଗିପଡ଼ା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକ୍ରାପଡ଼ା ପରିଦର୍ଶନ କରିଥିଲେ।ତାଙ୍କ ସହ ବୋର୍ଡ ମେମ୍ବର ଡ଼ ଶିବ ପ୍ରସାଦ ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରେଶମ ଲାଲ ନାଏକ ସ୍କ୍ୱାର୍ଡ ଦାୟିତ୍ଵରେ ଥିଲେ । ଜିଲ୍ଲା ସ୍କ୍ୱାର୍ଡ ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ମହାନ୍ତି ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ସିନାପାଲି ବ୍ଲକ ର ୫ଟି ପରୀକ୍ଷା କେନ୍ଦ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସିଂହ ଓ ଶୁକ୍ରୁଚନ୍ଦ୍ର ବାଗ ବୋଡ଼େନ ବ୍ଲକର ୫ ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଉପାଧ୍ୟକ୍ଷ ଡ଼ ପ୍ରଧାନ ନୂଆପଡ଼ା ଜିଲ୍ଲାର ସମସ୍ତ ୬୦ ଗୋଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ପରୀକ୍ଷା ପରିଚାଳନା ନେଇ ଖୁସି ବ୍ୟକ୍ତ କରିଥିଲେ।ଆଜି ପଞ୍ଚମ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷାରେ ମୋଟ ୯୪୧୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୨୧୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।ଆଜି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କ ଦ୍ଵାରା ମାଲ୍ ପ୍ରାକଟିସ୍ ହୋଇ ନ ଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ପ୍ରକାଶ।

 

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha