Home ରାଜ୍ୟବିଜେଡି ନେତା ଟିଟୁ ପଣ୍ଡାଙ୍କ ଧର୍ମପତ୍ନୀ ପୂଜା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଅବ୍ୟାହତ।

ବିଜେଡି ନେତା ଟିଟୁ ପଣ୍ଡାଙ୍କ ଧର୍ମପତ୍ନୀ ପୂଜା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଅବ୍ୟାହତ।

by Maraguda Express
0 comments

ନୂଆପଡା -୩୦/୩ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ) ଙ୍କ ଧର୍ମପତ୍ନୀ ପୂଜା ପଣ୍ଡା (୩୫) ଙ୍କ ଝୁଲନ୍ତା ମୃତଦେହ ଗତ କାଲି ରାତ୍ରୀ ରେ ଉଦ୍ଧାର ହୋଇଛି। ନୂଆପଡ଼ା ଟାଉନ ପୋଲିସ ଷ୍ଟେସନ ଆଇଆଇସି ଗଙ୍ଗାଧର ମେହେର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି। ପ୍ରକାଶ ଯେ, ରବିବାର ରାତି ପ୍ରାୟ ସାଢ଼େ ୮ ଟାରେ ନୂଆପଡ଼ା ସହର ମାତାଗୁଡ଼ି ପଡ଼ା ସ୍ଥିତ ଘର ସମ୍ମୁଖ ଏକ ବେଲଗଛ ରେ ପୂଜା ବେକରେ ଓଢଣୀ (ସ୍କାର୍ପ) ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୯ ଟାରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ମୃତଦେହ ଜବତ କରିଥିଲେ। ରାତି ୧୦ ଟାରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଘଟଣା ଚର୍ଚ୍ଚା ହେବାପରେ ତାଙ୍କ ଘରକୁ ବହୁ ନେତା ଓ ମାନ୍ୟଗଣ୍ୟ ବ୍ଯକ୍ତି ପହଞ୍ଚିଛନ୍ତି। ଘଟଣା ଟି ଅଞ୍ଚଳ ରେ ଶୋକ ଖେଳାଇ ଦେଇଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ପୋଲିସ ହସ୍ତାନ୍ତର କରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha