Home ରାଜ୍ୟଯୁବ ନେତୃତ୍ବ ସମ୍ମାନ ୨୦୨୬ : ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ସମ୍ମାନିତ।

ଯୁବ ନେତୃତ୍ବ ସମ୍ମାନ ୨୦୨୬ : ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ସମ୍ମାନିତ।

by Maraguda Express
0 comments

ନୂଆପଡ଼ା -୧୪/୧ (ମାରାଗୁଡ଼ା ଏକ୍ସପ୍ରେସ) ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ ଶକ୍ତି ଫାଉଣ୍ଡେସନ ଦ୍ବାରା ଭୁବନେଶ୍ୱର ଠାରେ ଆୟୋଜିତ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ “ଯୁବ ନେତୃତ୍ବ ସମ୍ମାନ ୨୦୨୬” ରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ଙ୍କୁ ସମ୍ମାନିତ କରାଯାଇଛି। ଯୁବ ଶକ୍ତି କୁ ସଶକ୍ତ କରିବା ସହ ନାରୀ ନେତୃତ୍ୱ କୁ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ଅଧକ୍ଷା ଜୈନ ଆୟୋଜକ ଙ୍କୁ ଧନ୍ୟବାଦ ଦେଇଥିଲେ। ଏ ଖବର ଜିଲ୍ଲା ରେ ଚାରିଆଡ଼େ ବ୍ୟାପିବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି ଏହା ଜିଲ୍ଲା ପାଇଁ ଗୌରବ ର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଯୁବ ରାଜନୈତିକ ନେତୃତ୍ବ ପାଇଁ ଏକ ପ୍ରେରଣା ର ସ୍ରୋତ ହୋଇ ପାରିଛନ୍ତି। ସେ ଅତିଥି ରୂପେ ଯୋଗ ଦେଇ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଅମିତ କୁମାର ମଲ୍ଲିକ, ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha