
ନୂଆପଡ଼ା -୧୮/୮(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୁଲ୍ୟରେ ଲଖନା ସ୍ଥିତ ଜୟ କିସାନ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀଙ୍କ ଉପସ୍ଥାପନ ବୃଦ୍ଧି ଓ ବିଦ୍ୟାଳୟ ପରିତ୍ଯାଗ ସଂପର୍କୀତ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, କୋମନା ବ୍ଲକ ସିଆରସିସି ସହଦେବ ମହାନନ୍ଦ, ପ୍ରଧାନଶିକ୍ଷକ ଆଓଧନ କୁମାର ସାହୁ, ଅଧିକାର ମିତ୍ରଗଣ, ଶିକ୍ଷକଗଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ପ୍ରାଧିକରଣର ସଚିବ ସୁଶ୍ରୀ ଦାଶ ଶିକ୍ଷାର ମହତ୍ବ ବିଷୟରେ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ଯଦି କୌଣସି ବିଦ୍ୟାର୍ଥୀ ବାରମ୍ବାର ବିଦ୍ୟାଳୟରେ ଅନୁପସ୍ଥିତ ରହେ ତେବେ ବିଦ୍ୟାଳୟର କତୃପକ୍ଷ ଉକ୍ତ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ଭେଟି କାରଣ ବୁଝିବା ସହ ସେମାନେ କିପରି ବିଦ୍ୟାଳୟକୁ ପୁନର୍ବାର ଆଗ୍ରହ ସହ ଆସିବେ ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚେଷ୍ଟିତ ହେବା ଉଚିତ ଓ ବିଦ୍ୟାର୍ଥୀଙ୍କ ଉପସ୍ଥାପନ ବୃଦ୍ଧି କରିବାରେ ବିଦ୍ୟାଳୟର ଭୂମିକା ଅତୂଳନୀୟ ବୋଲି ସଚିବ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ । ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ୭୫ କେଜି ସଂଗ୍ରହ ଓ ବୃକ୍ଷ ରୋପଣ କରାଯାଇଥିଲା।
ଲଖନା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବିଦ୍ୟାର୍ଥୀଙ୍କ ଉପସ୍ଥାପନ ବୃଦ୍ଧି ଓ ବିଦ୍ୟାଳୟ ପରିତ୍ଯାଗ ସଂପର୍କୀତ ସଚେତନତା ଶିବିର
64