

ନୂଆପଡ଼ା -୧୪/୯ (ସୁରେନ୍ଦ୍ର ତିୱାରୀ) ଗତ ରାତ୍ରୀ ରେ ଲଖନା ଥାନା ଠାରୁ ୧ କିଲୋମିଟର ଦୂର ବର୍ତ୍ତି ମୁଣ୍ଡାପଲା ପଞ୍ଚାୟତ ଅନ୍ତର୍ଗତ ବଙ୍ଗାମୁଣ୍ଡା ଗ୍ରାମ ଲଖନା- ଛିନ୍ଦେକେଲା ମୁଖ୍ୟ ରାସ୍ତା ଉପରେ ବିଳମ୍ବିତ ରାତ୍ରୀ ରେ ଏକ ବାସନ ଦୋକାନ ରେ ଲକ୍ଷାଧିକ ଟଙ୍କା ର ବାସନ ସାମଗ୍ରୀ ଚୋରି ହୋଇ ଯାଇଛି। ଖବର ନେବାରୁ ପ୍ରକାଶ ଯେ, ବଲ୍ଲଭ ସାହୁ ବଙ୍ଗାମୁଣ୍ଡା ନିବାସୀ ଲଖନା- ଛିନ୍ଦେକେଲା ମୁଖ୍ୟ ରାସ୍ତା ଉପରେ ଦୁଇ ଭାଇ ଦୋକାନ ଦେଇଛନ୍ତି। ଜଣେ ବାସନ ଦୋକାନ ଓ ବଲବନ୍ତ ସାହୁ ମୋବାଇଲ୍ ଦୋକାନ। ଗତ କାଲି ରାତ୍ରୀ ରେ ବଲ୍ଲଭ ସାହୁଙ୍କ ବାସନ ଦୋକାନ କୁ ପଛ ପଟୁ ସ୍କ୍ୟାଏଲାଇଟ ଭିତରୁ ପସି ଚୋରି କରିଛନ୍ତି। କଂସା ଖୁରି ୨୦ ଟି, କଂସା ଗଡୁ ୨୦ ଟି, କଂସା ଥାଳି ୩୦ ଟି, କଂସା ତାସନି ୨୦ ଟି, କଂସା ଗରିଆ ୨୫ ଟି, କୁକର ୨୦ ଟି ଓ ବାନାରସି କଢ଼େଇ ୧୫୦ ଟି ଏହା ବ୍ୟତୀତ ଆଉ ଅନ୍ୟାନ୍ୟ ଛୋଟ ମୋଟ ସାମଗ୍ରୀ ଚୋରି ହୋଇଛି। କିଛି ସାମଗ୍ରୀ କୁ ନେଇ ନ ପାରି ବାହାରେ ଛାଡ଼ି କି ଚୋରମାନେ ପଳାଇଛନ୍ତି ।
ଏ ସମ୍ପର୍କ ରେ ଲଖନା ପୋଲିସ ଷ୍ଟେସନ ରେ ଏକ ଏଫଆଇଆର କେଶ ନମ୍ୱର -୮୬, ୧୪ ସେପ୍ଟେମ୍ବର ୨୦୨୫ ଦାୟର ହୋଇଛି। ଏହା ପୂର୍ବ ରୁ ମଧ୍ୟ ଏକାଧିକ ଚୋରି ଅଞ୍ଚଳରେ ଦେଖା ଦେଇଛି। ଲଖନା ପୋଲିସ ଷ୍ଟେସନ ର କାର୍ଯ୍ୟକଳାପ ଉପରେ ଅଞ୍ଚଳବାସି ଅସନ୍ତୋଷ ପ୍ରକାଶ କରିଛନ୍ତି। ବେଆଇନ ଜୁଆ ଆଡ୍ଡା, ମଦ କୋଠି ସଟ୍ଟା,କୋରେକ୍ସ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ଲଖନା ଥାନା ଅଞ୍ଚଳ ରେ ଚୋରି ଡକାୟତି, ଅପରାଧ ବୃଦ୍ଧି ପାଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଲଖନା ଓ କୁରୁମପୁରୀ ରାସ୍ତା ରେ ନିୟମିତ ପେଟ୍ରୋଳିଂ ହେଉଥିବା ବେଳେ ଲଖନା ରୁ ବଙ୍ଗାମୁଣ୍ଡା – ମୁଣ୍ଡାପଲା ବାଣ୍ଡକିମହୁଲ , ଡେଡେଙ୍ଗା ରାସ୍ତା ରେ ଆଦୋ ପେଟ୍ରୋଲିଂ ହେଉ ନାହିଁ ବୋଲି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂତନ୍ ଏସ.ପି. ଆମ୍ରିତ ପାଲ ସିଂ ଏସବୁ ଅସମାଜିକ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଲଖନା ଥାନା : ବାସନ ଦୋକାନ ଚୋରି,ନାଇଟ ପେଟ୍ରୋଲିଂ ଦାବି
"ବେଆଇନ ଜୁଆ ଆଡ୍ଡା, ମଦ କୋଠି ସଟ୍ଟା,କୋରେକ୍ସ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ଲଖନା ଥାନା ଅଞ୍ଚଳ ରେ ଚୋରି ଡକାୟତି, ଅପରାଧ ବୃଦ୍ଧି ପାଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି"
76
previous post