51
ବୋଡେ଼ନ -୨/୯ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ଖଇରା ପଞ୍ଚାୟତ ର ଦବେରୀ ଗ୍ରାମରେ ୭ ପରିବାର ଙ୍କୁ ନେଇ ରହନ୍ତି ସବିତା ହଂସ l ହେଲେ ପନ୍ଦର ଦିନତଳେ ଲଗାଣ ବର୍ଷାରେ ଘର ଭାଙ୍ଗିଯିବାରୁ ଅସହାୟ ଅବସ୍ଥାରେ ଅନ୍ୟତ୍ର ରହନ୍ତି ସବିତା l ଏଣୁ ସେ ଗଣମାଧ୍ୟମ ଜରିଆରେ ଘରଖଣ୍ଡେ ପାଇଁ ଆକୁଳ ନିବେଦନ କରିଛନ୍ତି ପ୍ରଶାସନ ଙ୍କୁ। ଏ ସମ୍ପର୍କ ରେ ସରପଞ୍ଚ ଙ୍କୁ କହିଥିଲେ ମଧ୍ୟ ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆହୁରି ବ୍ଲକ ପ୍ରଶାସନ ତଦନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ତରଫରୁ ମଧ୍ୟ ସରକାରଙ୍କୁ ଦାବିହେଉଛି ।