Home ରାଜ୍ୟଲୋକସଭାରେ ବରଗଡ଼ ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ।

ଲୋକସଭାରେ ବରଗଡ଼ ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ।

by Maraguda Express
0 comments
ବରଗଡ଼ -୧୮/୦୩- ଲୋକସଭାରେ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ବିଶେଷ କରି ରେଳ ସେବାର ବିକାଶ ଓ ଯାତ୍ରୀଙ୍କ ସୁବିଧାକୁ ନେଇ ସେ ଗୃହରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ନୂତନ ରେଳ ଲାଇନ ବରଗଡ଼ ଅଞ୍ଚଳରେ ଚାଲିଥିବା ୧୧୮ କିଲୋମିଟର ବିଶିଷ୍ଟ ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷରେ ନୂତନ ଟ୍ରେନ ପ୍ରଚଳନ ହେବା ପାଇଁ ବରଗଡ଼-ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସକାଳ ସମୟରେ ଏକ ନୂତନ ଟ୍ରେନ ଚଳାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏତଦବ୍ୟତୀତ ଇସ୍ପାତ ଏକ୍ସପ୍ରେସର ବିଳମ୍ବ ପ୍ରତିଦିନ ୭ ରୁ ୮ ଘଣ୍ଟା ବିଳମ୍ବରେ ଚାଲୁଥିବା ଇସ୍ପାତ ଏକ୍ସପ୍ରେସ ଯୋଗୁଁ ଯାତ୍ରୀମାନେ ଅନେକ ହଇରାଣ ହେଉଛନ୍ତି ବୋଲି ସେ ଠିକ୍ ସମୟରେ ରେଳ ଚଳାଚଳ କରାଯିବାକୁ ଦାବୀ କରିବା ସହ ଏହାର ସମୟାନୁବର୍ତ୍ତିତା ଉପରେ ସେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଧାପନ୍ତରିଆ ଅଣ୍ଡର ବ୍ରିଜ ବେଲପାହାଡ଼ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ରେଲୱେ ଅଣ୍ଡର ବ୍ରିଜ୍ (ଆରୟୁବି) କାର୍ଯ୍ୟ ଅଧାରେ ଅଟକି ରହିଛି। ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ସାଂସଦ ଶ୍ରୀ ପୁରୋହିତ ଦାବୀ କରିଛନ୍ତି । (ରିପୋର୍ଟ – ନୀରୋଜ୍ କୁମାରପାଣି)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha