34
ଜିଲ୍ଲାରେ ଆଣ୍ଟିନେଟାଲ କେୟାର କ୍ଷେତ୍ରରେ ୧୦୩ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ଏବଂ ଡେଲିଭେରି ପଏଣ୍ଟରେ ନବଜାତ ଶିଶୁ ସ୍କ୍ରିନିଂ ୯୪ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି, ଯାହାକୁନେଇ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ସୂଚକରେ ସୁଧାର ଆଣିବାକୁ ମଧ୍ୟ ସେ କହିଥିଲେ। ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟରେ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟ ପରିଚୟ ପତ୍ର (ଆଭା ଆଇଡି) ସୃଷ୍ଟି କରି ସ୍ୱାସ୍ଥ୍ୟ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Table of Contents
ନୂଆପଡ଼ା -୨୭/୩- ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ସିଡିଏମଓ ଡ. ଧନେଶ୍ୱର ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲାପାଳ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର କମେଇବାକୁ ସର୍ବାଧିକ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଜୋର ଦେଇଥିଲେ। ମାତୃ ଓ ଶିଶୁ ମୃତ୍ୟୁର ମୂଳ କାରଣ ଚିହ୍ନଟ କରି ନିରାକରଣମୂଳକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
