Home ରାଜ୍ୟଶୁକ୍ଳିମୁଣ୍ଡି ବିଦ୍ୟାଳୟରେ ବାଲ୍ୟ ବିବାହ ନିରୋଧ ନେଇ ସଚେତନତା କାର୍ଯ୍ୟକ୍ରମ : ପଥପ୍ରାନ୍ତ ନାଟକ ମାଧ୍ୟମରେ ସମାଜକୁ ଦେଲେ ଜାଗରଣର ବାର୍ତ୍ତା।

ଶୁକ୍ଳିମୁଣ୍ଡି ବିଦ୍ୟାଳୟରେ ବାଲ୍ୟ ବିବାହ ନିରୋଧ ନେଇ ସଚେତନତା କାର୍ଯ୍ୟକ୍ରମ : ପଥପ୍ରାନ୍ତ ନାଟକ ମାଧ୍ୟମରେ ସମାଜକୁ ଦେଲେ ଜାଗରଣର ବାର୍ତ୍ତା।

by Maraguda Express
0 comments
ନୂଆପଡ଼ା- ୧୯/୧୧ – ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି। ଏହା ଶିଶୁଙ୍କ ଶୈଶବ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି କୁପ୍ରଥାକୁ ସମାଜରୁ ମୂଳପୋଛ କରିବା ସହ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି କ୍ଲଷ୍ଟରର ଶୁକ୍ଳିମୁଣ୍ଡି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଆକର୍ଷଣୀୟ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି।
ଏହି ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାଲ୍ୟ ବିବାହର କୁପରିଣାମ, ଶିଶୁ ଅଧିକାରର ସୁରକ୍ଷା, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ସମ୍ପର୍କରେ ସମାଜକୁ ଏକ ଗଭୀର ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ନାଟକର ଜୀବନ୍ତ ଅଭିନୟ ଓ ସଚେତନତାମୂଳକ ବାର୍ତ୍ତା ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ବାଲ୍ୟ ବିବାହ ବିରୋଧରେ ସାମୂହିକ ଜନଜାଗରଣର ଆବଶ୍ୟକତାକୁ ସ୍ପଷ୍ଟ କରିଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଖେମ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଠିକପାଲି ସିଆରସି ଦିଲିପ ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଲୋକଦୃଷ୍ଟିର କର୍ମଚାରୀ ଯଶୋବନ୍ତ ନାଗେସ, ମେଣ୍ଢାଟାଳ ବିଦ୍ୟାଳୟର ସହଶିକ୍ଷକ ତିଳକରାମ ଶବର ଓ ରବିନ୍ଦ୍ର କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଗ୍ରାମର ଗୌନ୍ତିଆ ଏବଂ ମାତୃ-ପିତୃ ମଞ୍ଚର ସଦସ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେମାନେ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାକୁ ରୋକିବା ପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ସମନ୍ୱିତ ଉଦ୍ୟମ ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।
ବାର୍ତ୍ତା ସ୍ପଷ୍ଟ—ବାଲ୍ୟ ବିବାହ ନୁହେଁ, ପ୍ରତ୍ୟେକ ଶିଶୁଙ୍କୁ ମିଳୁ ଶିକ୍ଷା, ସୁରକ୍ଷା ଓ ନିଜ ସ୍ୱପ୍ନ ପୂରଣ କରିବାର ସୁଯୋଗ। ବାଲ୍ୟ ବିବାହମୁକ୍ତ ସମାଜ ଗଠନ ହେଉ ସମସ୍ତଙ୍କ ସଂକଳ୍ପ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha