28
ଦେଓଧରା ପଞ୍ଚାୟତରେ ବିଜୁଳିର ଲୁଚକାଳି ଖେଳ: ମୋବାଇଲ୍ ନେଟୱର୍କ ଅଭାବରେ ଦୁର୍ଦ୍ଦଶାରେ ଗ୍ରାମବାସୀ, ମୌଳିକ ସୁବିଧା ଯୋଗାଇବାକୁ ଦାବି।
previous post
ନୂଆପଡ଼ା -୧୯/୧୧- ପାହାଡ଼ ତଳିଆ ଅଞ୍ଚଳରେ ଅବସ୍ଥିତ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଆଦିବାସୀ ବହୁଳ ଦେଓଧରା ଗ୍ରାମ ପଞ୍ଚାୟତରେ ଆଜି ବି ମୌଳିକ ସୁବିଧାର ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରିଛି। ବିକାଶର ଅନେକ ପ୍ରତିଶ୍ରୁତି ସତ୍ତ୍ୱେ ଏଠାକାର ବାସ୍ତବ ଚିତ୍ର ଭିନ୍ନ। କେତେବେଳେ ବିଦ୍ୟୁତ୍ ବିଭ୍ରାଟ ତ ଆଉ କେତେବେଳେ ମୋବାଇଲ୍ ନେଟୱର୍କର ଅଭାବ, ଏଭଳି ନାନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି ପଞ୍ଚାୟତବାସୀ।