
ସଫେଇ ସ୍ବଚ୍ଛତା,ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ : କଲ୍ୟାଣପୁରୁ ସରକାରି ଉଚ୍ଚ ବିଦ୍ୟାଳୟ ନୂଆପଡ଼ା -୭/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବ୍ଲକ ଅନ୍ତର୍ଗତ ସରକାରି ଉଚ୍ଚ ବିଦ୍ୟାଳୟ କଲ୍ୟାଣପୁର ଠାରେ ସବୁଜ ନୂଆପଡ଼ା ଗଠନ ପାଇଁ ସଫେଇ ସ୍ବଚ୍ଛତା,ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ତଥା ବନ ମହୋତ୍ସବ ସପ୍ତାହ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏ ଅବସର ରେ ପ୍ରଧାନଶିକ୍ଷକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ଡ଼ୁମେରପାଣି କ୍ଲଷ୍ଟର ସି.ଆର.ସି.ସି ମକରଧ୍ବଜ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସି.ଆର.ସି.ସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ଛାତ୍ରଛାତ୍ରୀଙ୍କୁ ବନମହୋତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ଓ ଇକୋ କ୍ଲବ ର ଛାତ୍ରଛାତ୍ରୀମାନେ ସମସ୍ତ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।
ସମସ୍ତେ ମିଶି ସଫେଇ ସ୍ବଚ୍ଛତା ପରେ ଦୁଇ ସହ ଚାରାଗଛ ରୋପଣ କରିଥିଲେ | ପ୍ରଥମେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ବୃକ୍ଷରୋପଣର ବୈଜ୍ଞାନିକ ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ | ପରେ ସି.ଆର.ସି.ସି ଶ୍ରୀ ବାରିକ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ର ପୌରାଣିକ ମହତ୍ୱ ବିଷୟରେ ଜଣାଇଥିଲେ | ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ଜନ୍ମଦିନରେ ଗୋଟିଏ ଗୋଟିଏ ବୃକ୍ଷ ଆଣି ବିଦ୍ୟାଳୟରେ ରୋପଣ କରିବା ପାଇଁ ଉତ୍ସାହିତ କରିବା ସହ ଶପଥ ପାଠ ମଧ୍ୟ କରାଇଥିଲେ | ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ସାମଲ ବିଦ୍ୟାଳୟ କୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଘୋଷଣା କରିଥିଲେ ଏବଂ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପ୍ରବର୍ତ୍ତାଇ ଏହର ଉପକାରିତା ଓ ଅପକାରିତା ଉପରେ ଦିଗଦର୍ଶନ ଦେଇଥିଲେ। ପରିଶେଷରେ ଧନୀଚରଣ ଛତର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସଫେଇ ସ୍ବଚ୍ଛତା,ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ : କଲ୍ୟାଣପୁରୁ ସରକାରି ଉଚ୍ଚ ବିଦ୍ୟାଳୟ
ସଫେଇ ସ୍ବଚ୍ଛତା,ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ : କଲ୍ୟାଣପୁରୁ ସରକାରି ଉଚ୍ଚ ବିଦ୍ୟାଳୟ
182