56
ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଜୋର ଦେଇ ଜିଲ୍ଲାପାଳ କହିଥିଲେ ଯେ ଏହା ନୀତି ଆୟୋଗ ଅଧୀନ ଆକାଙ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ। ବିଭାଗର କାର୍ଯ୍ୟାନ୍ବୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିବା ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ସୁପରଭାଇଜରଙ୍କ ନିଯୁକ୍ତି ସମ୍ପର୍କିତ ମକଦ୍ଦମା ଓ ରିହାତି ଆଦେଶଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା -୨୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ କାର୍ଯ୍ୟନିଷ୍ପାଦନ, ପୋଷଣ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗର୍ଭବତୀ ଓ ନବମାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ “ଶାଶୁ–ବୋହୁ ମେଳି” ଓ “ସ୍ୱାମୀ–ସ୍ତ୍ରୀ ମେଳି” ପରି ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲାପାଳ କହିଲେ ଯେ , ପାରିବାରିକ ସମ୍ପର୍କ ସୁଦୃଢ଼ କରିବାରେ “ଶାଶୁ–ବୋହୁ ମେଳି” ଏକ ଫଳପ୍ରଦ ପଦକ୍ଷେପ। ଏହାର ଅନ୍ତର୍ଗତ ଶ୍ରେଷ୍ଠ “ଶାଶୁ–ବୋହୁ ଯୋଡ଼ି”ଙ୍କୁ ପୁରସ୍କୃତ କରାଯିବା ସହ “ସ୍ୱାମୀ–ସ୍ତ୍ରୀ ମେଳି” ଆୟୋଜନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

