48
ବୈଠକରେ ପର୍ଯ୍ୟଟନ ବିଭାଗ ଦ୍ଵାରା ତିଖାଲି ଡ୍ୟାମ, ଗୋଧସ ଜଳପ୍ରପାତର ଉନ୍ନତି କରଣ, ଜିଲ୍ଲା ସଂସ୍କୃତି ଭବନ, ଟାଉନ୍ ହଲ ନିର୍ମାଣ ଉପରେ ଆଲୋଚନା ହୋଇଥିଲା l ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନୂଆପଡ଼ା ସହରର ରାଜପଥର ଉଭୟ ପାର୍ଶ୍ୱରେ ପେଭର ବ୍ଲକ୍ ଓ ଡ୍ରେନ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଏବଂ ଖରିଆର ରୋଡରେ ରୋଡ୍ ଡିଭାଇଡର ନିର୍ମାଣ କରିବାକୁ କହିଥିଲେ।ବୈଠକରେ ଜଣାପଡ଼ିଥିଲା ଯେ ଜିଲ୍ଲାରେ ୧୯୬ ଜଣ ଚାକିରୀ ଆଶାୟୀ ପ୍ରଶାସନିକ, ବ୍ୟାଙ୍କିଂ, ଏସ୍ଏସ୍ସି ଓ ଅନ୍ୟାନ୍ୟ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେବା ନିମିତ୍ତ ଆବେଦନ କରିଛନ୍ତି। ସ୍କ୍ରିନିଂ କରି ଯୋଗ୍ୟ ଆଶାୟୀଙ୍କୁ ଚୟନ ପୂର୍ବକ ଶୀଘ୍ର ତାଲିମ ଆରମ୍ଭ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ସମସ୍ତ ସରକାରୀ କାର୍ଯ୍ୟାଳୟ ପେପରଲେସ୍ ହେବ,ବିଭାଗ ମାନଙ୍କ ମଧ୍ୟରେ ସମନ୍ଵୟ ରଖି ଜିଲ୍ଲାର ଦୃତ ଉନ୍ନତି କରାଯିବ – ଜିଲ୍ଲାପାଳ।
previous post

ନୂଆପଡ଼ା -୨୮/୧(ମାରାଗୁଡା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଓ ଅନ୍ତଃବିଭାଗ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକ ନୂଆପଡ଼ା ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମଗ୍ରିକ ବିକାଶ ଶୀଘ୍ର ଏବଂ ନିଶ୍ଚିତ କରିବା ପାଇଁ ପ୍ରତି ମାସ ଏହି ବୈଠକ ଆୟୋଜିତ ହେଉଥିବା ଜିଲ୍ଲାପାଳ ମଧୁସୁଦନ ଦାଶ କହିଥିଲେ।



