ନୂଆପଡ଼ା -୨୭/୧୧ (ମାରାଗୁଡ଼ା ଏକ୍ସପ୍ରେସ ) ନୂଆପଡ଼ା ଥାନା ଅନ୍ତର୍ଗତ ସିରତୋଲ ରେ ଜନୈକ ବ୍ୟକ୍ତିଙ୍କ ଘରେ ଗତ ୨୪ ତାରିଖ ଦିନ ଏକ ବାଲ୍ୟ ବିବାହ ଅଟକା ଯାଇଛି। ଉକ୍ତ ବିବାହର ନିମନ୍ତ୍ରଣପତ୍ର ବଣ୍ଟନ ଓ ସମସ୍ତ ଆୟୋଜନ ସରି ସାରିଥିଲା । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ରଞ୍ଜନ ସାହୁଙ୍କ ଠାରୁ ଖବର ପାଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ଦୁଇଜଣ ଅଧିକାର ମିତ୍ରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ବିନା କାଳ ବିଳମ୍ବେ ଏସ୍.ଡି.ପି.ଓ ନୂଆପଡ଼ାଙ୍କ ନେତୃତ୍ୱରେ ନୂଆପଡ଼ା ଥାନାର କିଛି ଅଧିକାରୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ନୂଆପଡ଼ା, ନିରୁପା ନାଗ, ଜିଲ୍ଲା ସୁରକ୍ଷା ଅଧିକାରୀ ମଞ୍ଜୁ ଶୁକ୍ଲା, ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର କୃଷ୍ଣା କୁମାର ଦେୱାଙ୍ଗନ ଓ ଦୀପିକା ନନ୍ଦ, ପୋଲିସ, ମଣ୍ଡଳ ପରିଦର୍ଶୀକା, ଜିଲ୍ଲା ମହିଳା ସଶକ୍ତିକରଣ ହବ୍ କର୍ମକର୍ତ୍ତା, ଚାଇଲ୍ଡ୍ ଲାଇନ୍ ର ସଦସ୍ୟ ଓ ଅନ୍ଯାନ୍ଯ ପଦାଧିକାରୀ ପହଞ୍ଚି ବାଲ୍ୟ ବିବାହ ବନ୍ଦ କରାଇବା ସହିତ ଏହା ନ କରିବାକୁ ପରିବାର ଲୋକଙ୍କୁ ବୁଝାଇଥିଲେ । ଗ୍ରାମର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଏକ ସଚେତନତା ବୈଠକ କରାଯାଇଥିଲା । ବାଲ୍ୟ ବିବାହ ପାଇଁ ପ୍ରସ୍ତୁତ କରୁଥିବା ଅଭିଭାବକ ମାନଙ୍କୁ ଏହା ନକରିବାକୁ ବୁଝାଯାଇଥିଲା । ଶିଶୁ ସୁରକ୍ଷା ଆଇନ ତଥା ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଅନୁସାରେ କୌଣସି ପୁଅ ଝିଅଙ୍କ ଅନୁମୋଦିତ ସମୟ ସୀମା ପୁର୍ବରୁ ବିବାହ କରାଇବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ତେଣୁ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ବୋଲି ସମସ୍ତେ ପରିବାରଲୋକ ଙ୍କୁ ପରାମର୍ଶ ଦେଇଥିଲେ । ପରେ ସମସ୍ତ ପରିବାରବର୍ଗ ଅବଂ ସମ୍ପର୍କୀୟ ରାଜି ହୋଇଥିଲେ ଏଵଂ ବାଲ୍ୟ ବିବାହ କରିବୁ ନାହିଁ ବୋଲି ଲିଖିତଭାବ ରେ ଥାନା ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।


ନୂଆପଡ଼ା ରେ ରୋକା ହେଲା ଏକ ବାଲ୍ୟ ବିବାହ।
93
previous post