Home ରାଜ୍ୟସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ : ୭୨ ଗୋଟି ବ୍ୟକ୍ତିଗତ ଓ ୯ ଟି ଗୋଷ୍ଠିଗତ, ମୋଟ ୮୧ ଗୋଟି ଅଭିଯୋଗର ଶୁଣାଣୀ ହୋଇଛି ।

ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ : ୭୨ ଗୋଟି ବ୍ୟକ୍ତିଗତ ଓ ୯ ଟି ଗୋଷ୍ଠିଗତ, ମୋଟ ୮୧ ଗୋଟି ଅଭିଯୋଗର ଶୁଣାଣୀ ହୋଇଛି ।

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର।

by Maraguda Express
0 comments
ନୂଆପଡା -୧୭/୩ – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆଜି ଅଭିଯୋଗ ଶୁଣାଣି ଶିବିରରେ ୭୨ ଗୋଟି ବ୍ୟକ୍ତିଗତ ଓ ୯ ଟି ଗୋଷ୍ଠିଗତ, ମୋଟ ୮୧ ଗୋଟି ଅଭିଯୋଗର ଶୁଣାଣୀ ଜିଲ୍ଲାପାଳ କରିଥିଲେ ।ସମସ୍ତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୨ ଜଣ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ସମାଡ଼ପଦର୍ ଗାଁ କୁ ରାଜସ୍ବ ଗ୍ରାମ ମାନ୍ୟତା ଦାବୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ କରିଥିଲେ ଏହା ଉପରେ ବିହୀତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡବା, ଖଡିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡେପୁଟୀ କଲେକ୍ଟର ଚିନ୍ମୟ ସାଗର, ଲଲାଟେନ୍ଦୁ ଦଣ୍ଡସେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଏପରି ଶିବିର ମାଧ୍ୟମରେ ପ୍ରଶାସନ ଜନ ସାଧାରଣଙ୍କ ସମସ୍ୟା ସମାଧାନ କରି ସେମାନଙ୍କ ଆସ୍ଥା ଭାଜନ ହୋଇ ପାରୁଛି ।ଅଭିଯୋଗ ଶୁଣାଣି ଶିବିରରେ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ଵର ସହ କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଉଛି। ନଚେତ୍ ଆଇନ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଜିଲ୍ଲାପାଳ ତାଗିଦ୍ କରିଥିଲେ । ଏହାସହିତ ସେ ସମସ୍ତଙ୍କୁ ନିଜ ଅଭିଯୋଗ ଅନଲାଇନ୍‌ ମାଧ୍ୟମରେ ଦାଖଲ କରିବାକୁ ଆହ୍ବାନ କରିଥିଲେ।
ଏହି ଅବସରରେ କେନ୍ଦୁପାଟି ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ “ପ୍ରାଣୀ ପାଇଁ ଦିନଟିଏ” ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ଉପରୋକ୍ତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଖଡ଼ିଆଳ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଏସଡିପିଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha