28
ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଆନୁକୂଲ୍ୟରେ କୋମନା ବ୍ଲକ ଅନ୍ତର୍ଗତ ମୁଣ୍ଡାପଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଏକ ବିଶାଳ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ନ୍ୟାୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ଆଲୋକପାତ କରାଯାଇଥିଲା।




